ସର୍ଟସର୍କିଟରୁ ନିଆଁ ଲାଗିଥିବା ନେଇ ସୂଚନା

0

କେନ୍ଦ୍ରାପଡ଼ା -: ବ୍ୟାଙ୍କରେ ଲାଗିଲା ନିଆଁ । କେନ୍ଦ୍ରାପଡ଼ା ଜିଲ୍ଲା ପୁରୁଣା ବସଷ୍ଟାଣ୍ଡ ପାଖ ଅର୍ବାନ ବ୍ୟାଙ୍କ ଶାଖାରେ ଅଗ୍ନିକାଣ୍ଡ । ଭିତରୁ  ବ୍ୟାଙ୍କ ଜଳୁଥିବାବେଳେ ବାହାରଥିଲା ଧୂଆଁ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ ପାଇଁ କରିବାରେ ସଫଳ ହୋଇଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

କେନ୍ଦ୍ରାପଡ଼ା ଜିଲ୍ଲା ବଳଗଣ୍ଡି ଶାଖା ଅର୍ବାନ କୋ ଅପରେଟିଭ ବ୍ୟାଙ୍କରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ତେବେ ଏହି ଅଗ୍ନିକାଣ୍ଡ ସର୍ଟସର୍କିଟୁ ଲାଗିଥିବା ନେଇ ସୂଚନା ମିଳୁଛି । ସ୍ଥାନୀୟ ଲୋକେ ବ୍ୟାଙ୍କରୁ ଧୂଆଁ ବାହାରିବା ଦେଖି ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ବ୍ୟାଙ୍କରେ ନିଆଁ ଲାଗିଯିବା ଜାଣି  ସମସ୍ତ କର୍ମଚାରୀ ଦୌଡ଼ି ବାହାରକୁ ପଳାଇ ଆସିଥିଲେ । କୌଣସି କର୍ମଚାରୀଙ୍କ କ୍ଷତି ହୋଇଥିବା ବେଳେ ବ୍ୟାଙ୍କର ଅନେକ କ୍ଷୟକ୍ଷତି ହୋଇଛି, କିନ୍ତୁ ବ୍ୟାଙ୍କର ଜରୁରୀ କାଗଜପତ୍ର ଏବଂ ଲକର ସୁରକ୍ଷିତ ରହିଛି ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।