LED  ଡିସପ୍ଳେରେ ମହାପ୍ରଭୁଙ୍କ ନୀତିକାନ୍ତି ସୂଚନା ମିଳିବ

0

ପୁରୀ; LED  ଡିସପ୍ଳେରେ ମହାପ୍ରଭୁଙ୍କ ନୀତିକାନ୍ତି ସୂଚନା ମିଳିବ । ଏନେଇ ପଦକ୍ଷେପ ଆରମ୍ଭ କରିଛି ଶ୍ରୀମନ୍ଦିର ପ୍ରଶାସନ । ଏଥିପାଇଁ ୫୦ ଲକ୍ଷ୬୯ ହଜାର ଟଙ୍କା ବ୍ୟୟ ବରାଦ ଅଟକଳ କରି ପଦକ୍ଷେପ ଆରମ୍ଭ ହୋଇଛି । ଅ ଏଲିଇଡି ଡିସପ୍ଳେ ଲାଗିବା ଦ୍ୱାରା ଦର୍ଶନ ବନ୍ଦ ସମୟରେ ଶ୍ରୀମନ୍ଦିରକୁ ଯାଇ ଶ୍ରଦ୍ଧାଳୁମାନଙ୍କୁ ଅପେକ୍ଷା କରିବାକୁ ପଡିବ ନାହିଁ । ଶ୍ରଦ୍ଧାଳୁ ମାନଙ୍କୁ ପ୍ରଭୁଙ୍କୁ ଭଲରେ ଦର୍ଶନ କରିବା ସହିତ ଭିଡରୁ ମଧ୍ୟ ବର୍ତ୍ତି ପାରିବେ । ତେବେ ଶ୍ରୀମନ୍ଦିର ୩ ଦ୍ୱାର ଆଗ ଓ କୀର୍ତ୍ତନ ଚକଡ଼ାରେ ଶ୍ରଦ୍ଧାଳୁଙ୍କୁ ମିଳିବ ବଡ଼ଦେଉଳ ଭିତରେ ଚାଲିଥିବା ମହାପ୍ରଭୁଙ୍କ ନୀତିକାନ୍ତିର ତତ୍କାଳ ସୂଚନା । ଶ୍ରୀମନ୍ଦିର ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଦ୍ୱାର ଆଗରେ ଏଲ୍ଇଡି ଡିସ୍ପ୍ଲେ ଲଗାଯାଇ ମହାପ୍ରଭୁଙ୍କ ନୀତିର ସୂଚନା ଦିଆଯିବ । ଶ୍ରୀମନ୍ଦିର ସିଂହଦ୍ୱାରରେ ଏବେ ଏଲ୍ଇଡି ଡିସ୍ପ୍ଲେ ଲଗାଯାଇ ଶ୍ରୀମନ୍ଦିରରେ ଚାଲିଥିବା ମହାପ୍ରଭୁଙ୍କ ନୀତିକାନ୍ତିର ତତ୍କାଳ ସୂଚନା ଶ୍ରଦ୍ଧାଳୁଙ୍କୁ ଦିଆଯାଉଛି । ଏହି କାର୍ଯ୍ୟ ମାସକ ଭିତରେ ସାରିବାକୁ ପ୍ରଶାସନ ଲକ୍ଷ୍ୟ ରଖିଛି।