ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ 78 ଲକ୍ଷ 20 ହଜାର ଖର୍ଚ୍ଚ ହେବ ବୋଲି ଉଚ୍ଚ ଶିକ୍ଷାବିଭାଗ ପକ୍ଷରୁ ସୂଚନା

0

ଭୁବନେଶ୍ୱର:ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ଶପଥ ନେବାପରେ ପ୍ରଥମ ଥର ପାଇଁ ରମାଦେବୀ ବିଶ୍ଵବିଦ୍ୟାଳୟ ଆସିବାକୁ ଯାଉଛନ୍ତି।ତେବେ ରାଷ୍ଟ୍ରପତିଙ୍କ ଆଗମନକୁ ନେଇ ସଜେଇ ହେଉଛି ରମାଦେବୀ ।  ରାଷ୍ଟ୍ରପତି ଆସିବା ପୂର୍ବରୁ  ରମାଦେବୀ ପ୍ରେଖ୍ୟାଳୟ ଉଦଘାଟନ ହେବାକୁ ଯାଉଛି ଯାହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ ତେବେ ରାଷ୍ଟ୍ରପତି ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ କେତେ ଅର୍ଥରାଶି  ଖର୍ଚ୍ଚ ହେବ ତାହା ବିଷୟରେ ଆସନ୍ତୁ ଜାଣିବା

 ରାଷ୍ଟ୍ରପତି ଭାବେ ଭୂଷିତ ହେବାପରେ ପ୍ରଥମଥର ପାଇଁ ରମାଦେବୀ ବିଶ୍ବବିଦ୍ୟାଳୟ ଆସୁଛନ୍ତି ମୁର୍ମୁ ପୂର୍ବରୁ ସେ ଏହି କଲେଜ ଯୁକ୍ତ ଦୁଇ ଏବଂ ଯୁକ୍ତ ତିନି ଶିକ୍ଷା ଗ୍ରହଣ କରିଥିଲେ ତେବେ ସେବେକାର ସମୟ ଆଉ ବର୍ତ୍ତମାନ ସମୟ ରେ ବହୁତ ପରିବର୍ତ୍ତନ ମଧ୍ୟ ଘଟିଛି ।  ରାଜ୍ୟ ସରକାରଙ୍କ ଭାଗିଦାରିରେ ରାଜ୍ୟର ପ୍ରଥମ ମହିଳା ବିଶ୍ବବିଦ୍ୟାଳୟରେ ଅନେକ ବିକାଶ କାର୍ଯ୍ୟ ହାତକୁ ନିଆଯାଇଛି ବିଶ୍ଵବିଦ୍ୟାଳୟ କତୃପକ୍ଷ ଭିତ୍ତିଭୂମି ବିକାଶ ପାଇଁ ଅଂଟା ଭିଡିଛି ।ଖୁବ ଶୀଘ୍ର ବିଶ୍ବବିଦ୍ୟାଳୟ ପରିସର ଏକ ଅଡିଟୋରିୟମ ଉଦଘାଟନ କରାଯିବ ଯାହା ସୂଚନାମିଳୁଛି ଆସନ୍ତା କାଲି ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଏହି କାର୍ଯ୍ୟର ଶୁଭାରମ୍ଭ କରାଯିବ।

ସୂଚନାମୁତାବକ  ଏହି ରମାଦେବୀ ଅଡିଟୋରିୟମ ଟି ପ୍ରାୟ 17 କୋଟି ଟଙ୍କା ବ୍ୟୟ ଅଟକଳରେ କରାଯାଇଛି। ଏହି ଅଡିଟୋରିୟମ ଟି ସମ୍ପୂର୍ଣ୍ଣ କରାଯାଉଥିବା ବେଳେ 1000 ସିଟ କ୍ଷମତାରେ ଛାତ୍ରୀ ମାନଙ୍କୁ ବସିବା ପାଇଁ ବ୍ୟବସ୍ଥା କରାଯାଇଛି। ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଖର୍ଚ୍ଚ ହେବ 10 ଲକ୍ଷ ଟଙ୍କା।

ଅନ୍ୟପଟେ ଆସନ୍ତା ୧୦ ତାରିଖ ଦିନ ମହାମହିମ ରାଷ୍ଟ୍ରପତି ରମାଦେବୀ ବିଶ୍ଵବିଦ୍ୟାଳୟ ଦିତୀୟ ସମାବର୍ତ୍ତନ ଉତ୍ସବ ରେ ଯୋଗ ଦେବେ।ଯାହାପାଇଁ ବିଶ୍ଵବିଦ୍ୟାଳୟ ଏବେ ଚଳଚଂଚଳ ଏହାସହିତ ଜୋରଦାର ପ୍ରସ୍ତୁତି ମଧ୍ୟ ଚାଲିଛି ତେବେ ରାଷ୍ଟ୍ରପତି ଙ୍କ ଗସ୍ତକୁ ନେଇ 78 ଲକ୍ଷ 20 ହଜାର ଖର୍ଚ୍ଚ ହେବ ବୋଲି ଉଚ୍ଚ ଶିକ୍ଷ୍ୟା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଯାହା କଲେଜ ଫଣ୍ଡରୁ ଖର୍ଚ୍ଚ କରାଯିବ ବୋଲି ସୂଚନା ଦିଆଯାଇଛି।