ଅଭିମାନ କରି ଆପତି କରିଲେ, ଭୁବନେଶ୍ୱର ପ୍ରତିଷ୍ଠା ଦିବସରେ ଭୁବନେଶ୍ୱର ସାଂସଦଙ୍କୁ ନିମନ୍ତ୍ରଣ କାହିଁକି କରାଯାଇ ନାହିଁ
ଭୁବନେଶ୍ୱର:ଆସନ୍ତା କାଲି ରାଜ୍ୟ ସରକାର ଏବଂ ଭୁବନେଶ୍ୱର ମହାନଗର ନିଗମ ଦ୍ୱାରା ଆୟୋଜିତ ୭୫ତମ ରାଜଧାନୀ , ହେଲେ ପ୍ରତିଷ୍ଠା ଦିବସ ନିମନ୍ତ୍ରଣ ପତ୍ରରେ ରାଜଧାନୀ ସାଂସଦ ଅପରାଜିତା ଷଡ଼ଙ୍ଗୀ ମହୋଦୟାଙ୍କ ନାମ ନରହିବା ଠିକ କି? ଏହା ସଂସଦୀୟ କ୍ଷେତ୍ରର ଜନ ସାଧାରଣଙ୍କ ସମ୍ମାନ ଏବଂ ସ୍ୱାଭିମାନକୁ କୁଠାରଘାତ ନୁହେଁ କି? ଏହା ରାଜ୍ୟ ସରକାରଙ୍କ ଛୋଟ ମାନସିକତାର ନିଦର୍ଶନ । ଗତ ବର୍ଷ ମଧ୍ୟ ଏହି ଭୁଲ ହୋଇଥିଲା ବୋଲି ମାନିଥିଲେ କିନ୍ତୁ ଏ ବର୍ଷ ପୁଣି ଦୋହରାଇଲେ । ସରକାର ଭୁଲି ନଯିବା ଦରକାର ଯେ ରାଜଧାନୀ ପ୍ରତିଷ୍ଠା ଦିବସ କୌଣସି ଦଳୀୟ କାର୍ୟ୍ୟକ୍ରମ ନୁହେଁ ବାରମ୍ବାର ଏଭଳି ଉଦେଶ୍ୟ ମୂଳକ ପ୍ରୟାସ ପଛରେ କାରଣ କଣ କବୋଲି ଅପରାଜିତା ନିଜ ହ୍ୱାଟସ୍ ଅପ୍ ହ୍ୟାଣ୍ଡଲରେ ପ୍ରଶ୍ନ କରିଛନ୍ତି । କିନ୍ତୁ ଏ ପଯ୍ୟନ୍ତ ଗଣମାଧ୍ୟମ ଆଗକୁ ଆସି ନାହାନ୍ତି । ଏବେ ଅପେକ୍ଷା ଅପରାଜିତା କଣ କହୁଛନ୍ତି ।