ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ କଡ଼ାକଡ଼ି ଚାଲିଛ ଗାଡ଼ି ଚେକିଂ । ରାସ୍ତାକୁ ବାହାରି ପାରିବେନି ନାବାଳକ ଗାଡ଼ି ଚାଳକ ।୧୮ ବର୍ଷରୁ କମ ବୟସର ପିଲା ଚଲାଇପାରିବେନି ଗାଡ଼ି । ୧୮ ବର୍ଷରୁ କମ ବୟସର ପିଲାଙ୍କ କ୍ଷେତ୍ରରେ ସ୍ପେଶାଲ ଡ୍ରାଇଭ ଚେକିଂ କରାଯାଉଛି । ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଆଜିଠୁ କଡ଼ାକଡ଼ି ହେବ ଯାଞ୍ଚ । ମୋଟର ଆଇନ ୧୯-ଇ ଆଧାରରେ ନିୟମ ଉଲ୍ଲଂଘନକାରୀଙ୍କ ଉପରେ ହେବ କାର୍ୟ୍ୟାନୁଷ୍ଠାନ । ୨୫ ହଜାର ଟଙ୍କା ପର୍ୟ୍ୟନ୍ତ ପଡ଼ିବ ଫାଇନ । ଏହାସହ ଗାଡ଼ି ମାଲିକ କିମ୍ବା ଅଭିଭାବକଙ୍କୁ ଯିବାକୁ ପଡ଼ିପାରେ ଜେଲ । ଏହା ସହିତ ସମ୍ପୃକ୍ତ ନାବାଳକଙ୍କୁ ୨୫ ବର୍ଷ ପର୍ୟ୍ୟନ୍ତ ମିଳିବନି ଗାଡ଼ି ଲାଇସେନ୍ସ । ଦୁର୍ଘଟଣା ରୋକିବା ପାଇଁ ପରିବହନ ବିଭାଗ ସତର୍କତା ଅବଲମ୍ବନ କରୁଛି ।ମୁଖ୍ୟତଃ ଗାଡ଼ି ଚଲାଉଥିବା ସମୟରେ ନିଶା ସେବନ କରିବା, ବିନା ହେଲମେଟରେ ଗାଡ଼ି ଚଳାଇବା, ଦ୍ରୁତ ଗତିରେ ଚାଳନା କଲେ କାର୍ୟ୍ୟାନୁଷ୍ଠାନ ନିଆଯିବ ।