ବ୍ୟୁରୋ: ଦୁର୍ଘଟଣା କେତେବେଳେ ବି ଘଟିପାରେ । କେଉଁ ଗାଡି ସହ କେତେ ବେଳେ ବି ଆପଣଙ୍କ ଗାଡିର ଧକ୍କା ହୋଇପାରେ । ଆପଣ କାର୍ ଚଳାଉଛନ୍ତି କି? ତେବେ ଆଜି ଆମେ ଆପଣଙ୍କୁ କହିବୁ କିଛି ଏଭଳି କଥା ଯାହା ଆପଣ ଗାଡିରେ ଲଗାଇବା ନିହାତି ଜରୁରୀ ।
ଆଜ୍ଞା ହଁ ଆପଣଙ୍କ ଗାଡିରେ ଲଗାନ୍ତୁ ଡ୍ୟାସ୍ କ୍ୟାମେରା । ଡ୍ୟାସ କ୍ୟାମେରା ଆପଣ ନିଜ ଗାଡିରେ ଲଗାଇଲେ ଆପଣଙ୍କୁ ଅନେକ ଫାଇଦା ହୋଇଥାଏ । ଯଦି ଦୁର୍ଘଟଣା ଘଟେ ତେବେ ଭୁଲ କାହାର ଆପଣ ଏହି କ୍ୟାମେରାରୁ ଜାଣିପାରିବେ । ପୋଲିସ ଓ ଇନସ୍ୟୁରାନ୍ସ କମ୍ପାନୀକୁ ମଧ୍ୟ ଆପଣ କ୍ୟାମେରା ଦେଖାଇପାରିବେ । ଏହାର ଲାଇଭ୍ ଦୃଶ୍ୟ ଆପଣ ନିଜ ମୋବାଇଲରେ ମଧ୍ୟ ଦେଖିପାରିବେ ।
କେବଳ ଏତିକି ନୁହେଁ ସିସିଟିଭି ଲାଗିନଥିବା ସ୍ଥାନରେ ଘଟୁଥିବା ଅପରାଧର ଦୃଶ୍ୟ ଡାସ୍ କ୍ୟାମେରା ଦ୍ଵାରା ରେକର୍ଡ ହୋଇପାରିବ । ଜିପିଏସ ଦ୍ଵାରା ଅପରାଧ ଘଟିଥିବା ସ୍ଥାନରୁ ଯାଇଥିବା ଗାଡିରୁ ଭିଜୁଆଲ୍ ସଂଗ୍ରହ କରାଯାଇପାରିବ। ଯାହା ପୋଲିସର ତଦନ୍ତରେ ସହାୟକ ହେବା ସହ ଅପରାଧର ରୋକିବାରେ ସଫଳ ହେବ। ଏହାଦ୍ବାରା ଅପରାଧୀ ଅପରାଧ କରିବାକୁ ଭୟ କରିବେ ମଧ୍ୟ।
ଏହା ଏକ ଭିଡିଓ କ୍ୟାମେରା, ଯାହାକି ଗାଡିର ଡ୍ୟାସବୋର୍ଡ କିମ୍ବା ୱିଣ୍ଡ ସ୍କ୍ରିନ୍ ଉପରେ ଲଗାଯାଇଥାଏ ଏବଂ ୱିଣ୍ଡସ୍କ୍ରିନ୍ ମାଧ୍ୟମରେ ରାସ୍ତାର ଦୃଶ୍ୟ, ଟ୍ରାଫିକ୍ ଇତ୍ୟାଦି ରେକର୍ଡ କରିବାରେ ବ୍ୟବହୃତ ହୁଏ । ତେଣୁ ନିଜ ନିଜଗାଡିରେ ଡ୍ୟାସ କ୍ୟାମ ଲଗାନ୍ତୁ ।