ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ମହଦା ପଞ୍ଚାୟତର ଜନସାଧାରଣଙ୍କୁ ସେବା ଯୋଗାଇବା ପାଇଁ ଆମ୍ବୁଲାନ୍ସ କିଣା ହୋଇଛି। ପୂର୍ବତନ ରାଜ୍ୟ ସଭା ସଦସ୍ୟ ଅନଙ୍ଗ ଉଦୟ ସିଂହଦେଓଙ୍କ ଏମ୍ପି ଲ୍ୟାଣ୍ଡ ଓ ମହଦା ପଞ୍ଚାୟତ ପାଣ୍ଠିରୁ ଏହା କିଣାଯାଇଥିଲା। ଇତି ମଧ୍ୟରେ ୮ ବର୍ଷ ବିତି ଗଲାଣି । ଆମ୍ବୁଲାନ୍ସ ମହଦା ପଞ୍ଚାୟତ କାର୍ଯ୍ୟାଳୟରେ ସେମିତି ପଡି ରହିଛି। ଧୂଳି ଓ ବୁଢିଆଣି ଜାଲ ଆମ୍ବୁଲାନ୍ସକୁ ମାଡି ଗଲାଣି। ସେବା ପ୍ରଦାନ ଲକ୍ଷ୍ୟ ନେଇ କିଣାଯାଇଥିବା ଆମ୍ବୁଲାନ୍ସ ଅଞ୍ଚଳବାସୀଙ୍କୁ ସେବା ଯୋଗାଇ ପାରିନି । ଏ ଦିଗରେ ପ୍ରାକ୍ତନ ଏମ୍ପି କିମ୍ବା ଜିଲ୍ଲା ପ୍ରଶାସନ କେବେ ସମୀକ୍ଷା କରିବାକୁ ଉଚିତ ମଣ ନ ଥିବା ଅଭିଯୋଗ ହୋଇଛି।
୨୦୧୫-୧୬ ଆର୍ଥକ ବର୍ଷରେ ତତ୍କାଳୀନ ରାଜ୍ୟ ସଭା ସଦସ୍ୟ ଅନଙ୍ଗ ଉଦୟ ସିଂହଦେଓ ଏମ୍ପି ପାଣ୍ଠିରୁ ମହଦା ପଞ୍ଚାୟତର ସିଆଲି ପାଇଁ ଏକ ଆମ୍ବୁଲାନ୍ସ ସକାଶେ ୭ଲକ୍ଷ ୧ହଜାର ୯୨୩ଟଙ୍କା ପ୍ରଦାନ କରିଥିଲେ। ଏକ ମହିନ୍ଦ୍ରା ବୋଲେରୋ କିଣିବା ପାଇଁ ଉକ୍ତ ଅର୍ଥ ସୁବର୍ଣ୍ଣପୁର ଜିଲା ମୁଖ୍ୟ ଚିକିତ୍ସା OD-31C-6191 ମହଦା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପଡିରହିଥିବା ଆମ୍ବୁଲାନ୍ସ। ଓ ଜନସ୍ବାସ୍ଥ୍ୟ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା। ଆମ୍ବୁଲାନ୍ସ କିଣିବା ପାଇଁ ଅର୍ଥ ନିଅଣ୍ଟ ପଡିବାରୁ ମହଦା ପଞ୍ଚାୟତ ପାଣ୍ଠିରୁ ସେତେବେଳେ ୩୬ହଜାର ୧୦୦ଟଙ୍କା ଦିଆ ଯାଇଥିଲା। ମୋଟ ୭ଲକ୍ଷ ୩୮ ହଜାର ୨୩ଟଙ୍କାରେ ଏକ ମହିନ୍ଦ୍ରା ବୋଲେରୋ ମେକ୍ କିଣା ଯାଇଥିଲା। ଅଳ୍ପ କିଛି ଦିନ ଏହା ଜରୁରିକାଳୀନ ସେବାରେ ବ୍ୟବହାର ହୋଇଥିଲା। ଲୋକେ ରାଜ୍ୟ ସଭା ସଦସ୍ଯ ଲ୍ୟାଣ୍ଡ ରୁ କିଣାଯାଇଥିଲା ଆବଶ୍ୟକ ଦେୟ ଦେଇ ଡାକ୍ତର ଖାନା ଯାଉଥିଲେ। ତେବେ ପରିଚାଳନା ସମସ୍ୟା ସହିତ ଡ୍ରାଇଭର ଦର ଫ୍ଲୁଏଲ ଖର୍ଚ ପାଇଁ କୌଣସି ବ୍ୟବସ୍ଥା ନ ଥିବାରୁ ଆମ୍ବୁଲାନ୍ସ ଚାଲି ପାରି ନ ଥିଲା। ନୂଆ ଗାଡିଟି ସେମିତି ପଡି ରହିଲା। ବ୍ୟବହାର ନ ହୋଇ ଏବେ ତାହା ମରାମତି ଆବଶ୍ୟକ କରୁଛି। ଏ ସମ୍ପର୍କରେ ମହଦା ପଞ୍ଚାୟତର ସରପଞ୍ଚ ଭୀମସେନ ସିଂହଦେଓ କୁହନ୍ତି, ମହତ୍ ଉଦ୍ଦେଶ୍ୟ ନେଇ ଆମ୍ବୁଲାନ୍ସ କିଣା ଯାଇଥିଲା। ଗରିବ ଲୋକେ ଉପକୃତ ହୋଇଥାନ୍ତେ। ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ କୌଣସି ପଦକ୍ଷେପ ନେଲେନି। ସେବା ଯୋଗାଇବା ବଦଳରେ ପଞ୍ଚାୟତ କାର୍ଯ୍ୟାଳୟରେ ଆମ୍ବୁଲାନ୍ସ ପଡିରହି ଖତ ଖାଉଛି,ସୋନପୁର ମୁଖ୍ୟ ଚିକିତ୍ସାଳୟ ରେ ମଧ୍ୟ୍ୟ ଗାଡି ଗୁଡିକ ପଡ଼ିରହିଛି,ଅନ୍ୟପକ୍ଷେ ସଠିକ୍ ଯୋଜନା ନ କରି ଆମ୍ବୁଲାନ୍ସ କିଣା ଯାଇଥିବାରୁ ସରକାରଙ୍କ ମାଲ୍ ଦରିଆ ମେ ଡାଲ ନୀତିରେ ସରକାରୀ ଅର୍ଥ ବରବାଦ୍ ହୋଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।