ଭୁବନେଶ୍ୱର: ବାଂଲାଦେଶ ଅନୁପ୍ରବେଶକାରୀ ଙ୍କୁ ଚିହ୍ନଟ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା। ସମସ୍ତ ଜିଲ୍ଲାପାଳ ଓ ଏସ୍ପି ଙ୍କୁ ବାଂଲାଦେଶ ଅନୁପ୍ରବେଶକାରୀ ମାନଙ୍କୁ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥି ପାଇଁ ତହସିଲ,ବ୍ଲକ, ଥାନା ସ୍ତରରେ କମିଟି ଗଠନ ଗରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ବିଶେଷକରି ଭୁବନେଶ୍ୱର,କେନ୍ଦ୍ରାପଡା ଓ ପୁରୀରେ ଥିବା ଅନୁପ୍ରବେଶ କାରୀଙ୍କୁ ଚିହ୍ନଟ କରିବାକୁ ନିର୍ଦେଶ
ପ୍ରାପ୍ତ ସୂଚନା ଅନୁଯାୟୀ, ୨୦୨୧ ମସିହା ସୁଦ୍ଧା ରାଜ୍ୟରେ ସମୁଦାୟ ୩୭୪୦ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀ ବେଆଇନ ଭାବେ ବିଭିନ୍ନ ଜିଲ୍ଲା ଯଥା – ବରଗଡ- ୨, ଭଦ୍ରକ-୧୯୯, କେନ୍ଦ୍ରାପଡ଼ା-୧୬୪୯, ଭୁବନେଶ୍ଵର-୧୭, ଜଗତସିଂପୁର-୧୧୧୨. ମାଲକାନଗିରି-୬୫୫ ଓ ନବରଙ୍ଗପୁର ଜିଲ୍ଲାରେ ୧୦୬ ଜଣ ବସବାସ କରୁଛନ୍ତି । ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।