ନୂଆଖାଇ ପାଇଁ ପଶ୍ଚିମ ଓଡିଶାରେ ଚାଲିଛି ଯୋରଦାର ପ୍ରସ୍ତୁତି

0

ବ୍ୟୁରୋ: ଆସନ୍ତାକାଲି ନୂଆଖାଇ । ସଜେଇ ହେଉଛି ପଶ୍ଚିମ ଓଡିଶା । ଆଉ ଏଥିପାଇଁ ଚାଲିଛି ଯୋରଦାର ପ୍ରସ୍ତୁତି । କିଏ ଘରକୁ ଲିପା ପୋଛା କରି ନୂଆ ରୂପ ଦେୁଛି ତ କିଏ ଘରେ ନାନା ରଙ୍ଗ ବେରଙ୍ଗର ଛୋଟି ଚିତା ଆଙ୍କୁଛି । ପୁଣି କିଏ ନୂଆ ଧାନ ଆଉ କୋରେଇ ପତ୍ର ଯୋଗାଡରେ ଲାଗିଛି । ତେବେ ଦିନକ ପରେ ପଶ୍ଚିମ ଓଡିଶାର କୃଷି ଭିତ୍ତିକ ଗଣପର୍ବ ନୂଆଖାଇ ପାଳିତ ହେବାକୁ ଥିବାବେଳେ ଚଳ ଚଞ୍ଚଳ ହୋଇ ଉଠିଛି ଗାଁ ଠୁ ସହର। ଘରେ ଘରେ ଉତ୍ସାହର ମାହୋଲ ଜମିଲାଣି । ଦୂରଦୂରାନ୍ତରୁ ପରିବାର ସଦସ୍ୟ ଘରକୁ ଆସିଲେଣି । ବର୍ଷର ପ୍ରଥମ ଉତ୍ପାଦିତ ଶସ୍ୟ ଇଷ୍ଟଦେବୀଙ୍କ ଠାରେ ଅର୍ପଣ କରିବାର ରହିଛି ପରମ୍ପରା । ତେବେ ଏହି ପର୍ବ ପାଇଁ ମା’ ସମଲେଶ୍ୱରୀଙ୍କ ଠାରେ ଲାଗି ହୋଇଛି ନୂଆ ସିନ୍ଦୁର । ପ୍ରଥମେ ଶ୍ରୀ ଗଣେଶଙ୍କୁ ଆବାହନ କରି ପୂଜାର୍ଚନା କରିବା ପରେ ମା’ ସମଲେଶ୍ୱରୀଙ୍କ ପାର୍ଶ୍ଵରେ ଥିବା ଦେବଦେବି ମାନଙ୍କୁ ନୂତନ ସିନ୍ଦୁର ଲାଗି କରାଯାଇଥିଲା । ସିନ୍ଦୁର ଲାଗି ପରେ ମନ୍ଦିରର ଚତୁଃପାର୍ଶ୍ୱକୁ ସଫା କରାଯାଇଥାଏ। ଏହାପରେ ମା’ ଙ୍କ ଠାରେ ଲାଗିଥିବା ଗହଣାକୁ ମଧ୍ୟ ସଫା କରାଯାଇଥାଏ । ମନ୍ଦିର ପ୍ରଶାସନ, ପୂଜକ ଓ ପୋଲିସର ଉପସ୍ଥିତିରେ ଏହି ଗହଣା ସଫା କରାଯାଇଥାଏ।
ଅନ୍ୟପଟେ ନୂଆଁଖାଇ ପାଇଁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ନୂଆଁଖାଇ କୁ ବ୍ୟବସ୍ଥିତ ଢଙ୍ଗରେ କିପରି ପାଳନ କରାଯିବ ସେନେଇ ସମସ୍ତ ପ୍ରକାର ସୁବିଧା କରାଯାଇଛି କ୍ଷ ଏଥିପାଇଁ ଆଜି ମାଁ ଙ୍କ ପୂଜକ ମାନେ ମାଁ ସମଲେଶ୍ୱରୀଙ୍କ ପାର୍ଶ୍ଵରେ ଥିବା ଶହେ ପନ୍ଦରଦେବାଦେବୀଙ୍କୁ ସିନ୍ଦୁର ଲାଗି କରାଇଛନ୍ତି । ସେହିପରି ମାଁ ଙ୍କ ଗମ୍ଭୀରା ମଧ୍ୟ ପୂଜକ ମାନେ ସଫା କରିଛନ୍ତି। ଆସନ୍ତା କାଲି ମାଁ ଙ୍କୁ ନୁଆଁ ବେଶ କରାଯିବ । ଏବଂ ସକାଳ ୧୦.୨୭ ମିନିଟ ରୁ ୧୦.୪୨ ମିନିଟ ମଧ୍ୟରେ ନବାର୍ଣ୍ଣ ଲାଗି ହେବ। ଭିଡ଼ କୁ ଦୃଷ୍ଟିରେ ରଖି ପ୍ରଶାସନ ସୁରକ୍ଷା ବ୍ୟବସ୍ଥା କଡା କଡ଼ି କରାଯିବ ।