ଗୋପ/ଜୟନ୍ତ କୁମାର ସେଠୀ: ଗାଁ ମଝିରେ ପୁରୁଷ ଓ ମହିଳାଙ୍କ ମଧ୍ୟରେ ଗଣ୍ଡଗୋଳ! ମହିଳା ଓ ପୁରୁଷ ଙ୍କ ମଧ୍ୟରେ ଚାଲିଛି ଜବରଦସ୍ତ ମାଡ଼ପିଟ ।କିଏ ତଳୁ ଟେକା ଗୋଟାଇ ଫିଙ୍ଗୁଛି ତ ଆଉ କିଏ ଗୋଡ଼ାଇ ବାଡାଉଛି ତେବେ ଯାହାର ଭିଡିଓ ଏବେ ଭାଇରଲ ହେଉଛି । ଏହି ଭାଇରଲ ଭିଡିଓ କଲ୍ୟାଣ ପୁର ପଂଚାୟତ ହରିପୁର ଗ୍ରାମର ବୋଲି ଜଣାପଡିଛି । ଡେଲାଙ୍ଗ ବ୍ଲକ ହରିପୁର ଗାଁରେ, ଜମି ବାଡ଼ି ବିବାଦକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗାଁ ମଝିରେ ଗଣ୍ଡଗୋଳ ହୋଇଥିବା ଦେଖିବାକୁ ମିଳିଛି! ଅନ୍ୟ ପଟେ ରାସ୍ତା ଉପରେ ସ୍ତ୍ରୀ ଲୋକ ମାନେ ପଥର ଫୋପାଡ଼ିବା ସହିତ ଅନ୍ୟପକ୍ଷ ଲୋକ ମାନେ ପ୍ରତି ଆକ୍ରମଣ ରେ ମହିଳା ମାନଂକୁ ଆକ୍ରମଣ କରିବାର ଦୃଶ୍ୟ ଭାଇରଲ ହେଉଛି ! ଏହି ଘଟଣା ବାବଦରେ ଡେଲାଙ୍ଗ ଥାନାରେ ଉଭୟଙ୍କ ତରଫରୁ ଅଭିଯୋଗ ହୋଇଥିବା ବେଳେ ଡେଲାଙ୍ଗ ପୋଲିସର ତଦନ୍ତ ଜାରି ରହିଛି!