(ପ୍ରିୟଦର୍ଶନୀ ସ୍ୱାଇଁ / ରିପୋଟର୍ସ ଟୁଡ଼େ)ଭୁବନେଶ୍ୱର : ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ବାଲୁକାକଳା ମାଧ୍ୟମରେ ଶୁଭେଛାବାର୍ତ୍ତା ପ୍ରଦାନ କରିଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ବାଲୁକାକଳା ମାଧ୍ୟମରେ ମହିଳାମାନଙ୍କୁ ସମାନତା ଅଧିକାର ଦେବା ପାଇଁ ଆହ୍ଵାନ୍ ଦେଇ ନିର୍ମାଣ କରିଛନ୍ତି ବାଲୁକାକଳା। । ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ଅର୍ଜନ କରିଥିବା ମହିଳା ମାନଙ୍କ ପ୍ରତିକୃତି ଏହି ବାଲୁକାକଳାରେ ସାମିଲ କରାଯାଇଛି। ସେପଟେ ଆଜି ଅର୍ନ୍ତଜାତୀୟ ମହିଳା ଦିବସ। ଏହି ଅବସରରେ ପୁରୀ ଲାଇଟ୍ ହାଉସ୍ ବେଳାଭୂମିରେ ସ୍ୟାଣ୍ଡ୍ ଆନିମେଟର ମାନସ ସାହୁ ବାଲୁକା କଳା ମାଧ୍ୟମରେ ବିଶ୍ୱର ସମସ୍ତ ମହିଳାଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ଆଜିର ମହିଳା ଅବଳା କି ଦୁର୍ବଳା ନୁହେଁ, ସାହସୀ ଓ ପରାକ୍ରମୀ। ପ୍ରତ୍ୟେକ କ୍ଷେତ୍ରରେ ନାରୀ ନିଜକୁ ସଫଳ ଭାବେ ପ୍ରତିଷ୍ଠିତ କରାଇ ପାରିଛନ୍ତି। ଦେଶର ସୁରକ୍ଷାଠାରୁ ଆରମ୍ଭ କରି ଦେଶ ନିର୍ମାଣରେ ପୁରୁଷଙ୍କ ସମକକ୍ଷ ହୋଇ ସମସ୍ତ କ୍ଷେତ୍ରରେ ନିଜକୁ ପ୍ରତିପାଦିତ କରିପାରିଥିବା ମାନସ ତାଙ୍କ ବାଲୁକାକଳା ମାଧ୍ୟମରେ ଦର୍ଶାଇଛନ୍ତି।ଏହି ଦୁଇଟି ବାଲୁକା କଳା ଦେଖିବା ପାଇଁ ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ ଜମିଛି।