୧୬ ରୁ ପ୍ରୟାଗରାଜରେ ଆରମ୍ଭ ହେବ ଆନ୍ତର୍ଜାତିକ ପକ୍ଷୀ ମହୋତ୍ସବ

0

 

ପ୍ରୟାଗରାଜ: ଚଳିତ ମାସ ୧୬ ତାରିଖରୁ ତିନିଦିନ ପାଇଁ ପ୍ରୟାଗରାଜରେ ଆରମ୍ଭ ହେବାକୁ ଯାଉଛି ଆନ୍ତର୍ଜାତିକ ପକ୍ଷୀ ମହୋତ୍ସବ । ମହାକୁମ୍ଭକୁ ଆସୁଥିବା ଶ୍ରଦ୍ଧାଳୁ ତଥା ପରିଦର୍ଶକମାନେ ଉକ୍ତ ମହୋତ୍ସବରେ ଭଳିକି ଭଳି ପକ୍ଷୀ ଦେଖିବାର ସୁଯୋଗ ପାଇବେ , ୨୦୦ରୁ ଅଧିକ ପ୍ରବାସୀ ଏବଂ ସ୍ଥାନୀୟ ପକ୍ଷୀମାନଙ୍କର ସମାବେଶ ଓ ସେମାନଙ୍କ ସମ୍ପର୍କରେ ବହୁ କିଛି ତଥ୍ୟ ବିଶେଷଜ୍ଞଙ୍କ ମିଳିପାରିବ ବୋଲି ଭାରତ ସରକାର ଆଶା ପ୍ରକାଶ କରିଛନ୍ତି ।

ଲୋକମାନେ ପକ୍ଷୀ ସଂରକ୍ଷଣ ବିଷୟରେ ଜ୍ଞାନ ଆହରଣ କରିପାରିବେ । ଉକ୍ତ ମହୋତ୍ସବରେ ବିଭିନ୍ନ ପ୍ରତିଯୋଗିତା ଏବଂ ଶିକ୍ଷାଗତ କାର୍ଯ୍ୟକଳାପ ମାଧ୍ୟମରେ ପରସ୍ପର ଭାବେ ବିନିମୟ କରିବାର ସୁଯୋଗ ରହିଛି । ଫଟୋଗ୍ରାଫି ,ଚିତ୍ରକଳା , ସ୍ଲୋଗାନ ଲିଖନ , ବତର୍କ ଏବଂ କୁଇଜ ପ୍ରତିଯୋଗିତା ଆୟୋଜନ କରାଯାଇଛି । ତେବେ ଏଥିରେ ବହୁ ଜାତୀୟ ଆନ୍ତର୍ଜାତିକ ପକ୍ଷୀବିଜ୍ଞାନୀ ,ପରିବେଶବିତ ଏବଂ ସଂରକ୍ଷଣ ବିଶେଷଜ୍ଞମାନେ ଏକାଧିକ ଆଲୋଚନାରେ ଭାଗ ନେବାର ଅଛି ।