ବିଷମ କଟକ:ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ ଠାରେ ଅବକାରୀ ବିଭାଗ ତରଫରୁ ଆନ୍ତର୍ଜାତିକ ନିଶାଦ୍ରବ୍ୟ ସେବନ ଓ ଅବୈଧ କାରବାର ବିରୋଧୀ ଦିବସ ଅବସରରେ ସଚେତନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ଅବସରରେ ବିଷମ କଟକ ଅବକାରୀ ବିଭାଗ ତରଫରୁ ଏକ ସଚେତନତା ରାଲି ସହ ସଚେତନତା କାର୍ୟ୍ୟକ୍ରମ କରି ସହର ପରିକ୍ରମା କରି ଗାଡି ଡ଼୍ରାଇଭର ଓ ଜନସାଧାରଣଙ୍କୁ ନିଶା ଦ୍ରବ୍ୟ ସେବନ କରିବା ଦ୍ବାରା ଅପକାରିତା ସମନ୍ଧରେ ଅବଗତ କରାଯାଇଥିଲା ।
ଏହି କାର୍ୟ୍ୟକ୍ରମରେ ବିଷମ କଟକ ଥାନା ଅଧିକାରୀ ପାଙ୍କଜ୍ କୁମାର ନାୟକ, ଏ. ଏସ୍.ଆଇ ରମ୍ ଜାନ୍ ଖ।ନ୍, ଏ ଏସ୍ ଆଇ ସନ୍ତୋଷ କୁମାରସେଠୀ,କନେଷ୍ଟେବଲ ରାଜୁ କାଡ୍ରାକା,ଗୀତାଞ୍ଜଳି ପାତ୍ର, ସନ୍ତୋଷ ଗୌଡ଼ ପ୍ରମୁଖ ଭାଗନେଇ ବିଷମ କଟକ ଠାରେ ନିଶାଦ୍ରବ୍ୟ ସେବନ କରିବା ଦ୍ଵାରା ଅପକାରିତା ବିଷୟରେ ସଚେତନ ସହ ଅବେଧ ନିଶା ଚାଲାଣ ଓ କାରବାର ରୋକିବାକୁ ଜନ ସାଧାରଣଙ୍କ ସାହାଯ୍ୟ ସହାୟତା ଲୋଡ଼ିଥିଲେ।