ଏସୀୟ ଜୁ ଜିତିସୁ ମନୋନୟନ ପ୍ରତିଯୋଗିତାରେ ଭାଗ ନେବା ନିମନ୍ତେ ଓଡିଶାର ଆନ୍ତର୍ଜାତୀୟ ଖେଳାଳି ଅନୁପମା ସ୍ୱାଇଁଙ୍କ ଦିଲ୍ଲୀ ଗସ୍ତ

0

ଭୁବନେଶ୍ୱର: ଚଳିତମାସ ୨୩ ରୁ ୨୮ ତାରିଖ ମଧ୍ୟରେ ଥାଇଲାଣ୍ଡ ଠାରେ ଅନୁଷ୍ଠିତ ହେବାକୁ ଥିବା ୭ମ ଏସୀୟ ଜୁ ଜିତିସୁ ପ୍ରତିଯୋଗିତା ପାଇଁ ଫେବୃୟାରୀ ୫ ତାରିଖ ଦିନ ଦିଲ୍ଲୀସ୍ଥିତ ପ୍ରୋ ଫାଇଟ କ୍ଲବ ଠାରେ ଭାରତୀୟ ଦଳର ମନୋନୟନ ହେବ । ପୂର୍ବରୁ ୩ ଥର ଏସୀୟ ଜୁ ଜିତିସୁ ରେ ପଦକ ବିଜୟିନୀ ଅନୁପମା ସ୍ଵାଇଁ ଏହି ମନୋନୟନ ପ୍ରତିଯୋଗିତାରେ ଭାଗ ନେବେ ।

ଓଡ଼ିଶା ପୋଲିସରେ କାର୍ଯ୍ୟରତ ଅନୁପମା WORLD MASTERS MARTIAL ARTS MASTERSHIP ପ୍ରତିଯୋଗିତାରେ ମଧ୍ୟ କାଂସ୍ୟ ପଦକ ଲାଭ କରିଛନ୍ତି । ଏହା ଛଡା ଗତ ୪ ବର୍ଷ ଧରି ଜାତୀୟ ତୁ ଜିତିସୁ ପ୍ରତିଯୋଗିବାରେ ମଧ୍ୟ ସ୍ୱର୍ଣ ପଦକ ଲାଭ କରିଛନ୍ତି ଅନୁପମା ସ୍ୱାଇଁ ।ତେବେ ଏହି ପ୍ରତିଯୋଗିତାରେ ସଫଳତା ପାଇଁ ଅନୁପମାଙ୍କୁ ରାଜ୍ୟ ଜୁ ଜିତିସୁ ପକ୍ଷରୁ ଶୁଭକାମନା ଦିଆଯାଇଛି । ଏହାସହିତ ରିପୋଟର୍ସ ଟୁଡେ ପରିବାର ତରଫରୁ ମଧ୍ୟ ଅନେକ ଶୁଭେଚ୍ଛା ଓ ଶୁଭକାମନା ।