ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମାର ପଟା ଭାଡି ସ୍ଥିତ ଶ୍ରୀ ଲୋକନାଥ ଶୈବ ପୀଠ ଠାରେ ସୋନପୁର ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ପକ୍ଷରୁ ସୋନପୁର ବ୍ଲକ୍ ସ୍ତରୀୟ ଅନ୍ତର୍ଜାତୀୟ ମହିଳା ସପ୍ତାହ ପଥ ପ୍ରାନ୍ତ ସଚେତନତା ସଭା ଅନୁଷ୍ଠିତ ହୋଇଛି l ଏହି ଉପଲକ୍ଷେ ଏକ କ୍ଷୁଦ୍ର ନାଟିକା ପରିବେଷଣ କରାଯାଇଥିଲା l ଅଙ୍ଗନୱାଡି କର୍ମୀ ଗୀତାଞ୍ଜଳୀ ରଣା, ନମିତା ମିଶ୍ର ଓ ଜ୍ୟୋତି ବେଉରାଙ୍କ ନାଟିକା ର ନିଖୁଣ ଅଭିନୟ ସଭାରେ ଉପସ୍ଥିତ ଶହ ଶହ କର୍ମୀ, ସୁଭଦ୍ରା ମା, ସ୍କୁଲ୍ ଛାତ୍ରୀ ଓ ଅତିଥି ମାନଙ୍କ ମନ କୁ ଛୁଇଁ ପାରିଥିଲା l ଶୁଭଦ୍ରା ମା ସୁଷମା ରଣା ଙ୍କ ଅତିଥି ସ୍ଵାଗତ ସଂଗୀତ ଗୀତ ନାଚ ଅଭିନୟ, ଗୀତାଞ୍ଜଳୀ ସ୍ବାଇଁ ଙ୍କ ପ୍ରାରମ୍ଭିକ ଶୁଭଦ୍ରା ଭଜନ ସଂଗୀତ, ବାଳ ଶ୍ରମ ଛାତ୍ରୀ ଓ ଶୁଭଦ୍ରା ହିତାଧିକାରୀ ଙ୍କ କୁନି ଝିଅ ମାନଙ୍କ ଦ୍ବାରା ଆକର୍ଷଣୀୟ ଗୀତ ନାଚ ମନୋରଞ୍ଜନ କାର୍ଯ୍ଯ କ୍ରମ ଜରିଆ ରେ ଆଜି ସଚେତନ କରଯାଇଥିଲା l