ରାନୁ ମଣ୍ଡଳଙ୍କ ମୁହଁରେ ‘ମାନିକେ ମାଙ୍ଗେ ହିଥେ ଗୀତ
ଶ୍ରୀଲଙ୍କାର ସିଂହଳୀ ରାପ୍ର ୟୋହାନୀଙ୍କ ‘ମାନିକେ ମାଙ୍ଗେ ହିଥେ’ ସାରା ବିଶ୍ୱ ଦିୱାନା ହୋଇଛଛି। ବଲିଉଡ୍ ଠାରୁ ହଲିଉଡ୍ ଅନେକ ଫିଲ୍ମ ଷ୍ଟାର୍ ଏହି ଗୀତ ପାଇଁ ୟୋହାନୀଙ୍କର ତାରିଫ କରିବା ସହିତ ଗୀତକୁ ଗୁଣୁଗୁଣାଉଥିବାର ମଧ୍ୟ ଦେଖାଯାଇଛି।
(ମୁମ୍ବାଇ) : ଶ୍ରୀଲଙ୍କାର ସିଂହଳୀ ରାପ୍ର ୟୋହାନୀଙ୍କ ‘ମାନିକେ ମାଙ୍ଗେ ହିଥେ’ ସାରା ବିଶ୍ୱ ଦିୱାନା ହୋଇଛଛି। ବଲିଉଡ୍ ଠାରୁ ହଲିଉଡ୍ ଅନେକ ଫିଲ୍ମ ଷ୍ଟାର୍ ଏହି ଗୀତ ପାଇଁ ୟୋହାନୀଙ୍କର ତାରିଫ କରିବା ସହିତ ଗୀତକୁ ଗୁଣୁଗୁଣାଉଥିବାର ମଧ୍ୟ ଦେଖାଯାଇଛି। ଏହାରି ମଧ୍ୟରେ ଚର୍ଚ୍ଚିତ ଗାୟିକା ରାନୁ ମଣ୍ଡଳ ବି ୟୋହାନୀଙ୍କ ମାନିକେ ମାଙ୍ଗେ ହିଥେ ଗାଇ ପୁଣିଥରେ ଚର୍ଚ୍ଚାକୁ ଆସିଛି। ଏବେ ରାନୁଙ୍କର ଏହି ଗୀତ ଖୁବ୍ ଭାଇରାଲ୍ ହେଉଛି।
ସୂଚନାନୁଯାୟୀ , ୨୦୧୯ରେ ରାନୁ ମଣ୍ଡଳ ପ୍ଲାଟ୍ଫର୍ମରେ ଗାତୀ ଗାଇ ଭିକ୍ଷାବୃତ୍ତି କରି ନିଜେର ପେଟ ପୋଷୁଥିଲେ। ଏହି ସମୟରେ ସିଏ ଗାଇଥିବା ଏକ ପ୍ୟାର୍ କା ନଗମା ହେଲ ଗୀତଟିକୁ ଜଣେ ଯୁବକ ଭିଡିଓ ରେକର୍ଡିଂ କରି ସୋଶାଲ୍ ମିଡିଆରେ ଶେୟାର କରିଥିଲେ। ଏହାପରେ ଏହି ଭିଡିଓ ପ୍ରବଳ ମାତ୍ରାରେ ଭାଇରାଲ ହେବା ସହିତ ବଲିଉଡ୍ ଗୀତିକାରଙ୍କ ନଜରକୁ ଆସିଥିଲା। ରାନୁଙ୍କୁ ମ୍ୟୁଜିକ୍ ରିୟାଲିଟିରେ ଶୋରେ ଡାକିବା ସହିତ ମ୍ୟୁଜିକ୍ କମ୍ପୋଜର ହିମେଶ ରେଶେମିୟା ତାଙ୍କୁ ହେପି, ହାର୍ଡି ଆଣ୍ଡ ହୀର ଫିଲ୍ମରେ ଗୀତ ଗାଇବାକୁ ମଧ୍ୟ ଅଫର କରିଥିଲେ। ଏହାପରେ ରାନୁ ରାତାରାତି ଷ୍ଟାର୍ ହୋଇଯାଇଥିଲେ। କିନ୍ତୁ ଷ୍ଟାର୍ ହେବା ପରେ ନିଜ ସଫଳତାକୁ ବେଶି ସମୟ ପର୍ଯ୍ୟନ୍ତ ଧରି ରଖିପାରି ନଥିଲେ ରାନୁ। ଧୀରେ ଧୀରେ ତାଙ୍କର ଅଶୋଭନୀୟ ଆଚରଣ ଯୋଗୁ ବଲିଉଡ୍ ତାଙ୍କ ଠାରୁ ମୁଁ ଫେରାଇନେଲା।