ଭଦ୍ରକ; ବନ୍ଦ ହୋଇଛି ଇଣ୍ଟରନେଟ୍ ସେବା । ଭଦ୍ରକରେ ୨୪ ଘଣ୍ଟା ବନ୍ଦରହିଲା ଇଣ୍ଟରନେଟ୍ ସେବା । ଆଇନ ଶୃଙ୍ଖଳା କାରଣରୁ ଆଜି ସକାଳ ୬ଟାରୁ କାଲି ସକାଳ ପର୍ଯ୍ୟନ୍ତ ଏହି ଇଣ୍ଟରନେଣ୍ଟ ସେବା ବନ୍ଦ କରିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି । ଭଦ୍ରକ ମୁନ୍ୟୁସିପାଲିଟି , ଭଦ୍ରକ ବ୍ଳକ୍ ,ଧାମନଗର, ଏନଏସି ,ଧାମନଗର ବ୍ଳକ ଓ ତିହିଡି ବ୍ଳକରେ ବନ୍ଦ ରହିଛି ଇଣ୍ଟରନେଟ୍ । ଏହାସହିତ ୨୭ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିବା ଏସପି ମନୋଜ ରାଉତ ସୂଚନା ଦେଇଥିବା ବେଳେ ତିହିଡି ଥାନାରେ ଗତ ମେ ମାସ ୩୦ ତାରିଖରେ ରୁଜୁ ହୋଇଥିବା ମାମଲା ୧୯୭/୨୫କୁ ନେଇ ଏପରି ନିଷ୍ପତ୍ତି ନିଆଯାଇଛି। ଘଟଣାରେ ସଂପୃକ୍ତ ୧୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଓ ଜାରି ରଖିଛି। ତିହିଡି ଥାନା କଷଟି ଗୁଜିଦାରଡ଼ା ଅଞ୍ଚଳରେ ଏକ ବିବାଦକୁ ନେଇ ଜଣେ ବ୍ୟକ୍ତି ଗୁରୁତର ହୋଇ ଭୁବନେଶ୍ୱରରେ ଚିକିତ୍ସିତ ହେଉଥିଲେ। ଗତକାଲି ତାଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯିବା ସହିତ ପରିବାରର ଜଣେ ବ୍ୟକ୍ତିଙ୍କୁ ନିଯୁକ୍ତି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।