ଉତ୍ତରପ୍ରଦେଶ: ୨୫ ଯାଏଁ ବନ୍ଦ ରହିବ ଇଣ୍ଟରନେଟ ସେବା

0

(ମମତା ସାମଲ)ରିପୋର୍ଟସଟୁଡେ: ନାଗରିକତା ସଂଶୋଧନ ଆଇନକୁ ନେଇ ଗତ ଏକ ସପ୍ତାହ ହେଲା ଉତ୍ତର ପ୍ରଦେଶର କିଛି ଅଞ୍ଚଳରେ ହିଂସା ଓ ପ୍ରଦର୍ଶନ ଦେଖାଯାଇଥିବାବେଳେ ରାଜଧାନୀ ଲଖନଉରେ ଡିସେମ୍ବର ୨୫ ଯାଏଁ ଇଣ୍ଟରନେଟ ସେବାକୁ ବନ୍ଦ କରି ଦିଆଯାଇଛି ।
ଦେଶର ଅନେକ ସ୍ଥାନରେ ନାଗରିକତା ସଂଶୋଧନ ଆଇନ-୨୦୧୯କୁ କେନ୍ଦ୍ର କରି ବିରୋଧ ହେଉଛି । ଏହି ଆଇନ ବଳରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରୁ ହିନ୍ଦୁ, ଶିଖ, ଖ୍ରୀଷ୍ଟିଆନ, ପାର୍ସି ଓ ବୌଦ୍ଧ ଆସି ଭାରତରେ ୨୦୧୪ ଡିସେମ୍ବର ୩୧ରୁ ରହିଆସୁଛନ୍ତି, ସରକାର ସେମାନଙ୍କୁ ଭାରତର ନାଗରିକତା ଦେବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ।