ସ୍ପେଶାଲ ସ୍କ୍ୱାର୍ଡ ଜାଲରେ ଆନ୍ତରାଜ୍ୟ ଗାଡି ଲୁଟେରା ଗ୍ୟାଙ୍ଗ

0

 ଭୁବନେଶ୍ୱର:ସ୍ପେଶାଲ ସ୍କ୍ୱାର୍ଡ ଜାଲରେ ଆନ୍ତରାଜ୍ୟ ଗାଡି ଲୁଟେରା ଗ୍ୟାଙ୍ଗ । ଦାମୀ ଗାଡି ଲୁଟୁଥିଲେ ସମ୍ଭ୍ରାନ୍ତ ଘର ର ମହିଳା । ଦୁଇ ମହିଳାଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି କମିଶନରେଟ୍‌ ପୋଲିସ । ସେମାନଙ୍କ ନିକଟରୁ ଫଚ୍ୟୁନର, ହୁଣ୍ଡା ସିଟି ଓ ଅନେକ ଦାମୀ କାର୍‌ ଜବତ ହୋଇଥିବା ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ।

ଖବର ଅନୁଯାୟୀ, କିଛି ଦିନ ହେଲା ଦେଶର ରାଜଧାନୀ ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟରୁ କାର୍‌ ଲୁଟୁଥିଲେ । ଯାହାକୁ ନେଇ ବାରମ୍ବାର ପୋଲିସ ନିକଟରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ଆକ୍ସନକୁ ଆସିଥିଲା ପୋଲିସ । ଶେଷରେ ସ୍ପେଶାଲ ଅପରେସନ ଜରିଆରେ ଆନ୍ତରାଜ୍ୟ ଗାଡି ଲୁଟେରା ଗ୍ୟାଙ୍ଗକୁ ଧରିଛି ପୋଲିସ ।ସେମାନଙ୍କ ନିକଟରୁ ଅନେକ ଦାମୀ ଗାଡି ଜବତ ହୋଇଛି । ଏହି ସବୁ ଗାଡିରେ ଫଚ୍ୟୁନର, ସ୍ୱିଫ୍ଟ, ହୋଣ୍ଡାସିଟି ଭଳି ଗାଡି ରହିଛି । ତେବେ ଏହି ଗାଡି କାରବାରରେ ୫ ଜଣଙ୍କୁ ଅଟକ ରଖିଛି ପୋଲିସ । ଅଟକଙ୍କ ମଧ୍ୟରେ ୨ ଜଣ ମହିଳା ଥିବା ସୂଚନା ମିଳିଛି ।