ମାଲକାନଗିରି : ଶଳାର ଜୀବନ ନେଲା ସୈତାନ ଭିଣୋଇ । ଏଭଳି ବର୍ବରକାଣ୍ଡ ଘଟିଯାଇଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା କୁପାଗୁଡ଼ା ଗାଁରେ । ମଦ ନିଶାରେ ୩ ଶଳାଙ୍କ ଜୀବନ ନେଇଛି ଭିଣୋଇ । ତେବେ ମୃତକ ଶଳା ମାନେ ହେଉଛନ୍ତି ରାଜୁ ଖେମୁଡୁ, କୁଞ୍ଜ ଖେମୁଡୁ ଓ କ୍ରିଷ୍ଣା ଖେମୁଡୁ ବୋଲି ସୂଚନା ରହିଛି ।
ସୂଚନା ଅନୁଯାୟୀ , ୩ ଭାଇ ଗତକାଲି ନିଜ ଭଉଣୀ ଘରକୁ ଏକ ଶବ ଦାହ କାର୍ଯ୍ୟରେ ଯୋଗ ଦେବା ପାଇଁ ଆନ୍ଧ୍ର ପ୍ରଦେଶ ସିଲେରୁ ଯାଇଥିଲେ । ସେଠାରେ ଭିଣୋଇ ଓ ଶଳାମାନଙ୍କ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତି ତର୍କ ହୋଇଥିଲା । ଏହାକୁ କେନ୍ଦ୍ର କରି ଭିଣୋଇ ଘେନୁ ହନ୍ତାଲ, ରାତିରେ ଶୋଇଥିବା ସମୟରେ ତିନି ଶଳାଙ୍କ ଉପରେ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ଦୁଇ ଶଳାଙ୍କ ମୃତ୍ୟୁ ହୋଇଥିବା ବେଳେ, ଅନ୍ୟ ଜଣ ବିଶାଖାପାଟଣାରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ । ଏହାକୁ ନେଇ କୁପାଗୁଡା ଗାଁରେ ଶୋକର ଛାୟା ଖେଳିଯାଇଛି ।