ଭୁବନେଶ୍ବର: ଇଷ୍ଟନ ମିଡ଼ିଆ ଲୋନ ମାମଲାରେ ଇଓଡବ୍ଲ୍ୟୁର ତଦନ୍ତ ଜାରି । ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ କମର୍ଚାରୀଙ୍କୁ କରାଯାଉଛି ପଚରାଉଚରା । ଏନେଇ ଭୁବନେଶ୍ବର ଜୟଦେବ ବିହାର ସ୍ଥିତ ଗ୍ରାମ୍ୟ ବ୍ୟାଙ୍କର ମ୍ୟାନେଜରଙ୍କ ସହ ତିନି କର୍ମଚାରୀ ଇଓଡବ୍ଲ୍ୟୁରେ ହାଜର ହୋଇଛନ୍ତି । ସମ୍ପୃକ୍ତ ବ୍ୟାଙ୍କରୁ ଅଧିକାଂଶ ସାମ୍ବାଦିକଙ୍କ ନାଁରେ ଲୋନ୍ ଉଠା ଯାଇଥିଲା । ଲୋନ ଦେଲା ବେଳେ କେଉଁ ସବୁ ତଥ୍ୟ ଦାଖଲ କରାଯାଇ ଥିଲା, ସେନେଇ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଇଓଡବ୍ଲୁ । ଆଉ କିଛି ଜଣଙ୍କୁ ପଚରା ଉଚରା ପାଇଁ ନୋଟିସ ପଠାଇଛି ଇଓଡବ୍ଲ୍ୟୁ ।