ହକି ବିଶ୍ୱକପ୍ ଲାଗି ତାମିଲନାଡୁ ଓ ଆନ୍ଧ୍ରପଦେଶ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ

0

ଭୁବନେଶ୍ୱର : ଓଡିଶାରେ ଆୟୋଜିତ ହେଉଥିବା ହକି ବିଶ୍ୱକପ୍ ଲାଗି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ , ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଆଜି ଚେନ୍ନାଇ ଠାରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ.ଷ୍ଟାଲିନ୍ଙ୍କୁ ସାକ୍ଷାତ କରି ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଆନୁଷ୍ଠାନିକ ଭାବେ ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି । ସେ ତାମିଲନାଡୁର କ୍ରୀଡାମନ୍ତ୍ରୀ ଉଦୟନାଥ ଷ୍ଟାଲିନ୍ଙ୍କୁ ମଧ୍ୟ ନିମନ୍ତ୍ରଣ କରିଛନ୍ତି । ସୂଚନା ଅନୂଯାୟୀ ହକି ବିଶ୍ୱ କପ୍ ଲାଗି ଦେଶର ସମସ୍ତ ମୁଖ୍ୟମନ୍ତ୍ରୀ ମାନଙ୍କୁ ଓଡିଶା ନିମନ୍ତ୍ରଣ କରିବ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ନିଷ୍ପତି ପରେ ୧୯ ଜଣ ମନ୍ତ୍ରୀ ବିଭିନ୍ନ ରାଜ୍ୟକୁ ଯାଇ ଆନୁଷ୍ଠାନିକ ଭାବେ ନିମନ୍ତ୍ରଣ ପତ୍ର ପ୍ରଦାନ କରିବାକୁ ସ୍ଥିର ହୋଇଥିଲା ।

ସେହି କ୍ରମରେ ମନ୍ତ୍ରୀ ଶ୍ରୀ ନାୟକ ଆଜି ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କୁ ଆନୁଷ୍ଠାନିକ ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି । ସେହିପରି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଓଡିଶାର ମାନ୍ୟବର ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଦିଲ୍ଲୀରେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ୱାଇ. ଏସ ଜଗମୋହନ ରେଡ୍ଡିଙ୍କୁ ଭେଟିଛନ୍ତି। ଏବଂ ମୁଖ୍ୟମନ୍ତ୍ରୀ, ଶ୍ରୀ ପଣ୍ଡା ବ୍ୟକ୍ତିଗତ ଭାବେ ୱାଇ. ଏସ ଜଗମୋହନ ରେଡ୍ଡିଙ୍କୁ ୨୦୨୩ ରେ ଅନୁଷ୍ଠିତ ହେଉଥିବା ବିଶ୍ୱକପ ବକିରେ ଉପସ୍ଥିତ ରହିବାକୁ ନିମନ୍ତ୍ରଣ ଦେଇଛନ୍ତି । ଅନ୍ୟପଟେ ଏହି ଆଲୋଚନା ପ୍ରୟ ୩୦ ମିନିଟ ଧରି ଚାଲିଥିବା ବେଳେ ଏହି ବୈଠକରେ ରାଜ୍ୟସଭାରେ ୱାଇ.ଏସ.ଆର.ସି.ପି ପାର୍ଟିର ମାନ୍ୟବର ନେତା ବିଜୟ ସାଇ ରେଡ୍ଡୀ ମଧ୍ୟ ଉପସ୍ଥିତ ଥିଲେ।