ମୋଦିଙ୍କ ଶପଥ ଗ୍ରହଣ ଉତ୍ସବ ରେ ବିଦେଶୀ ଅତିଥିଙ୍କୁ ନିମନ୍ତ୍ରଣ

0

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନରେ ବିଜେପି ନେତୃତ୍ୱରେ ଏନଡିଏ ନେତା ଭାବେ ପ୍ରଧାନମନ୍ତ୍ରୀ ମୋଦି ଶପଥ ନେବେ । ମୋଦିଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ୮ ତାରିଖ ସନ୍ଧ୍ୟା ୮ଟାରେ ମୋଦି ଶପଥ ଗ୍ରହଣ କରିବା ନେଇ ସୂଚନା ରହିଛି । ମୋଦି ତୃତୀୟ ଥର ଭାବେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ । ଶପଥ ଗ୍ରହଣ ଉତ୍ସବ ପାଇଁ ବିଦେଶୀ ଅତିଥିଙ୍କୁ ନିମନ୍ତ୍ରଣ ଦିଆଗଲାଣି ।
ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା , ଶ୍ରୀଲଙ୍କା ରାଷ୍ଟ୍ରପତି ରନିଲ ୱିକ୍ରମ ସିଂଘେଙ୍କୁ ନିମନ୍ତ୍ରଣ କରାଯାଇଛି । ଭୁଟାନ , ନେପାଳ ଓ ମରିସସ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଛି । ଏହାଛଡା ବଲିଉଡ ସେଲିବ୍ରିଟିଙ୍କୁ ମଧ୍ୟ ନିମନ୍ତ୍ରଣ ଦିଆଯାଇଛି । ହେମା ମାଳିନୀ , କଙ୍ଗନା ରଣାୱତ , ଅରୁଣ ଗୋଭିଲ, ରଜନୀକାନ୍ତ , କରନ ଜୋହର, ଅନିଲକପୁର , ଅନୁପମ ଖେର , ବୋନି କପୁର ଏବଂ ଜିତେନ୍ଦ୍ର ମଧ୍ୟ ସାମିଲ ହେବାର ସମ୍ଭାବନା ରହିଛି । ତେବେ ପ୍ରଧାନମନ୍ତ୍ରୀ ଶପଥ ଗ୍ରହଣ ଉତ୍ସବକୁ ଚୀନ, ପାକିସ୍ତାନ , ଏବଂ ମାଳଦ୍ୱୀପର ନେତାଙ୍କୁ ନିମନ୍ତ୍ରଣ ଦିଆଯାଇନାହିଁ ।
ନୂଆ କେନ୍ଦ୍ର ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ ସମାରୋହ ପ୍ରସ୍ତୁତି ପାଇଁ ରାଷ୍ଟ୍ରପତି ଭବନ ଜୁନ ୯ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ଅନ୍ୟପଟେ ମୋଦି ଏନଡିଏ ନେତା ନିର୍ବାଚିତ ହେବା ପରେ ମୋଦିଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି ।