(ରିପୋର୍ଟସ ଟୁଡ଼େ)ନୂଆଦିଲ୍ଲୀ: ଆଇପିଏଲର ଦ୍ୱିତୀୟ ଦିନରେ ଋଷଭ ପନ୍ତଙ୍କ କମାଲ । ୨୧୩ ରନର ବିଶାଳ ଲକ୍ଷକୁ ପିଛା କରି ମୁମ୍ବାଇ ମାତ୍ର ୧୭୬ ରନରେ ଅଲଆଉଟ୍ ହୋଇଯାଇଥିଲା । ମୁମ୍ବାଇ ପକ୍ଷରୁ ଯୁବାରାଜ ସିଂହ ୫୩ ରନ୍ କରିଥିବା ବେଳେ ପାଣ୍ଡ୍ୟା ୩୨ ରନ୍ କରିଥିଲେ । ସେହିପରି କାଲି ଖେଳାଯାଇଥିବା ଅନ୍ୟ ଏକ ମ୍ୟାଚରେ ହାଇଦ୍ରାବାଦକୁ ୬ ଓ୍ଵିକେଟରେ ପରାସ୍ତ କରିଛି କୋଲକାତା । ଦଳ ପକ୍ଷରୁ ଓ୍ଵାର୍ଣ୍ଣର ଦମଦାର ୮୫ ହାସଲ କରିଥିଲେ ।
ଆଜି ଆଇପିଏଲର ତୃତୀୟ ଦିନରେ ଗୋଟିଏ ମ୍ୟାଚ ଖେଳାଯିବ । ରାତି ୮ଟାରେ ଜୟପୁରରେ ରାଜସ୍ଥାନ ରୟାଲ୍ସ ଓ କିଙ୍ଗସ୍ XI ପଞ୍ଜାବ ମଧ୍ୟରେ ମୁକାବିଲା ହେବ ।