ଆଇପିଏଲ୍ ୨୦୨୨

ଟିଭି ଓ ଡିଜିଟାଲ ପ୍ରସାରଣ ୪୪ ହଜାର କୋଟିରେ ପହଞ୍ଚିଲା

0

ମୁମ୍ବାଇ: ଆଇପିଏଲ୍ ମାଚ୍ ପାଇଁ ସବୁବେଳେ କ୍ରୀଡା ପ୍ରେମୀଙ୍କ ମଧ୍ୟରେ ଉକ୍ରଣ୍ଠା ରହିଥାଏ । କେତେବେଳେ ଖେଳାଳି ନିଲାମିକୁ ନେଇ ତ ପୁଣି କେତେବେଳେ ଖେଳ ପ୍ରସାରଣର ନିଲାମି କିଏ ପାଇବ ସେଇ ଉକ୍ରଣ୍ଠା ରହିଥାଏ । ତେବେ ଟିଭିରେ ପ୍ରସାରଣ ଲାଗି ୨୩, ୫୭୫ କୋଟି ଟଙ୍କା ଓ ଡିଜିଟାଲରେ ପ୍ରସାରଣ ଲାଗି ୨୦.୫୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି । ତେବେ ସର୍ବମୋଟ ୪୪ ହଜାର କୋଟି ପର୍ଯ୍ୟନ୍ତ ଦର ଧାର୍ଯ୍ୟ କରାଯାଇଛି । ଯେଉଁ ଟିଭି ଚ୍ୟାନେଲ କିମ୍ବା ଡିଜିଟାଲ ଚ୍ୟାନେଲ ପ୍ରସାରଣ ଲାଗି ଅନୁପତି ପାଇବେ ସେମାନେ ଏହି ନିର୍ଦ୍ଧାରିତ ଟଙ୍କା ବିସିସିଆଇକୁ ଦେବେ । ଯେଉଁମାନଙ୍କୁ ପ୍ରସାରଣ ଲାଗି ଅନୁମତି ମିଳିବ ସେମାନେ ଆଗମୀ ୨୦୨୩ରୁ ୨୦୨୭ ପର୍ଯ୍ୟନ୍ତ ପ୍ରସାରରଣ କରିପାରିବେ । ଏଥିଲାଗି ଡିସ୍ନି, ସୋନି, ରିଲାଏନସ ପ୍ରମୁଖ ଦୌଡରେ ରହିଛନ୍ତି । ୨୦୧୭ରୁ ୨୦୨୨ ପର୍ଯ୍ୟନ୍ତ ଷ୍ଟାର ଇଣ୍ଡିଆ ୧୬,୩୪୭ କୋଟି ଟଙ୍କାରେ ପ୍ରସାରଣର ଅଧିକାର ପାଇଥିଲା । ଏଥି ପୂର୍ବରୁ ସୋନି ଟିଭି ୧୦ ବର୍ଷ ଲାଗି ୮,୨୦୦ କୋଟି ଟଙ୍କାରେ ପ୍ରସାରଣ ଅଧିକାର ପାଇଥିଲା ।