ନୂଆଦିଲ୍ଲୀ: ମେ ୧୬ରୁ ଆରମ୍ଭ ହୋଇପାରେ ଆଇପିଏଲ ୨୦୨୫ ମ୍ୟାଚ । ଏବେ ପୁଣି ୧୬ରୁ ବଳକା ଥିବା ମ୍ୟାଚ ଖେଳାଯିବା ନେଇ ସମ୍ଭାବନା ରହିଛି । ଆଇପିଏଲ ୨୦୨୫ରେ ମୋଟ ୭୪ ଟି ମ୍ୟାଚ ଖେଳାଯିବାର ଥିଲା । ଏବେ ଯାଏଁ ୫୮ ଟି ମ୍ୟାଚ୍ ଖେଳା ଯାଇଥିବା ବେଳେ ବାକି ରହିଛି ୧୬ ଟି ମ୍ୟାଚ୍ । ୧୨ଟି ଲିଗ୍ ମ୍ୟାଚ୍ ବାକି ରହିଥିବା ବେଳେ ୪ ଟି ପ୍ଲେ ଅଫ୍ ମ୍ୟାଚ୍ ବାକି ରହିଛି । ଚେନ୍ନାଇ, ମୁମ୍ବାଇ, କୋଲକାତା ଓ ରାଜସ୍ଥାନର ଦୁଇଟି ଲେଖାଏଁ ଲିଗ୍ ମ୍ୟାଚ୍ ବାକି ରହିଛି । ସେହିପରି ବାକି ଟିମର ୩ ଟି ଲେଖାଏଁ ଲିଗ୍ ମ୍ୟାଚ ବାକି ରହିଥିବା କୁହାଯାଉଛି ।
ସୂଚନା ଅନୁଯାୟୀ , ଭାରତ ଏବଂ ପାକିସ୍ତାନ ମଧ୍ୟରେ ସାମରିକ ସଂଘର୍ଷକୁ ରୋକିବା ପାଇଁ ଶନିବାର ମେ’ ୧୦ରେ ଯୁଦ୍ଧବିରତି ଘୋଷଣା କରାଯାଇଛି। ମେ’ ୭ ତାରିଖରୁ ଦୁଇ ଦେଶ ମଧ୍ୟରେ ଚାଲିଥିବା ଏହି ବିବାଦ ଯୋଗୁ ବିସିସିଆଇ ଆଇପିଏଲ୍ ୨୦୨୫ ସିଜିନ୍କୁ ମଝିରେ ସ୍ଥଗିତ ରଖିଥିଲା।