ବିସିସିଆଇ ପକ୍ଷରୁ ପ୍ରକାଶ ପାଇଲା ଆଇପିଏଲ୍ – ୨୦୨୫ର କାର୍ଯ୍ୟସୂଚୀ

0

ବ୍ୟୁରୋ : ଈଉଉଓ (ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ) ପକ୍ଷରୁ ରବିବାର ଇଣ୍ଡିଆନ୍ ପ୍ରିମିୟର ଲିଗ୍ – ୨୦୨୫ର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଆଇପିଏଲ ମାର୍ଚ୍ଚ ୨୨ରୁ ଆରମ୍ଭ ହୋଇ ମେ ୨୫ ଯାଏଁ ଖେଳାଯିବ। ଏଥର ୬୫ ଦିନରେ ୧୩ଟି ଭେନ୍ୟୁ(ସ୍ଥାନ) ରେ ମୋଟ ୭୪ଟି ମ୍ୟାଚ ଖେଳାଯିବ। ଉଦ୍ଘାଟନୀ ମ୍ୟାଚ୍ ଡିଫେଣ୍ଡିଂ ଚାମ୍ପିଅନ୍ କୋଲକାତା ନାଇଟ୍ ରାଇଡର୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଇଡେନ୍ ଗାର୍ଡେନରେ ଖେଳାଯିବ। ମେ ୨୦ରେ କ୍ବାଲିଫାୟର-୧, ୨୧ରେ ଏଲିମିନେଟର ପରେ ମେ ୨୫ରେ ଇଡେନ୍ ଗାର୍ଡେନରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ।


ଅନ୍ୟପକ୍ଷେ ଏଥର କଟକ ବାରବାଟୀକୁ ଗୋଟିଏ ବି ଆଇପିଏଲ ମ୍ୟାଚ୍ ମିଳିନି। ଗତ କିଛିଦିନ ତଳେ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍ ରେ ଫ୍ଲଡ୍ ଲାଇଟ ଅବ୍ୟବସ୍ଥା ପାଇଁ ସାରା ବିଶ୍ବରେ ବାରବାଟୀ ଚର୍ଚ୍ଚାରେ ରହିଥିବା ବେଳେ ଏବେ ମ୍ୟାଚ୍ ନମିଳିବା ଦର୍ଶକଙ୍କୁ ଦୁଃଖିତ କରିଛି।