(ରିପୋର୍ଟସ ଟୁଡ଼େ)ଚେନ୍ନାଇ: ଇଣ୍ଡିଆନ କ୍ରିକେଟ ଲିଗର ଦ୍ୱାଦଶ ସଂସ୍କରଣ ଗତକାଲି ଠାରୁ ଆରମ୍ଭ ହୋଇଯାଇଛି । ୫୧ଦିନ ଧରି ଚାଲିବାକୁ ଥିବା ଖେଳର ପ୍ରଥମ ଦିନରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଚେନ୍ନାଇ ସୁପରକିଙ୍ଗସ୍ । ପ୍ରଥମ ମୁକାବିଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁକୁ ୭ ଓ୍ଵିକେଟରେ ହରାଇଛି ଚେନ୍ନାଇ । ଆଜି ଆଇପିଏଲର ଦ୍ୱିତୀୟ ଦିନରେ ଖେଳାଯିବ ଦୁଇଟି ମ୍ୟାଚ୍ । ପ୍ରଥମ ମ୍ୟାଚ୍ ଅପରାହ୍ଣ ୪ଟାରେ କୋଲକାତା ନାଇଟ୍ ରାଇଡର୍ସ ଓ ସନ୍ ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ । ଏବଂ ରାତି ୮ଟାରେ ମୁମ୍ବାଇରେ ଦ୍ୱିତୀୟ ମୁକାବିଲାରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ।