ଆଇପିଏଲରେ ଚିୟରଲିଡ଼ର୍ସ

0

(ରିିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ଆଇପିଏଲ କ୍ରିକେଟ୍ ମ୍ୟାଚ୍ ସମୟରେ ଆପଣ ଦେଖିଥିବେ ପଡ଼ିଆରେ ଚଉକା ଛକା ହେଲେ ଚିୟରଲିଡ଼ର୍ସମାନେ ନାଚିଥାନ୍ତି । ପଡ଼ିଆରେ ଉପସ୍ଥିତ ଦର୍ଶକଙ୍କ ମନୋରଞ୍ଜନ କରିଥାନ୍ତି । ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଚିୟର୍ସଲିଡ଼ର୍ସ କେଉଁଠୁ ଆସିପାରନ୍ତି ଏବଂ ତାଙ୍କର ଦରମା କେତେ? ୨୦୧୮ ଆଇପିଏଲରେ ୮ଟି ଟିମ୍ରୁ ୬ ଟି ଟମ୍ର ଚିୟରଲିଡ଼ସ ବିଦେଶୀ ଥିଲେ ।
କିନ୍ତୁ ଚେନ୍ନାଇ ସୁପର କିଙ୍ଗସ ଏବଂ ରାଜସ୍ଥାନ ରୟାଲସର ଚିୟର୍ସଲିଡ଼ର୍ସ ଭାରତୀୟ ଥିଲେ । ଆଇପିଏଲରେ ଅଧିକାଂଶ ଚିୟରଲିଡ଼ର୍ସ ୟୁରୋପୀୟ ଆସିଥାଆନ୍ତି ଏବଂ ସସସ୍ତ ବିଦେଶୀ ମାସିକ ଦୁଇ ଲକ୍ଷ ଟଙ୍କାରୋଜଗାର କରିଥାଆନ୍ତି । କେବଳ ସେତିକି ନୁହେଁ ପ୍ରତ୍ୟେକ ଭିନ୍ନ ଦେଶର ଚିୟର୍ସଲିଡ଼ର୍ସଙ୍କ ପାଇଁ ଦରମା ଭିନ୍ନ ଭିନ୍ନ ହୋଇଥାଏ । କାରଣ ଏହା ତାଙ୍କ ଦେଶର ମୁଦ୍ରା ଉପରେ ନିର୍ଭର କରେ । ଚିୟର୍ସଲିଡର୍ସଙ୍କ ଚାକିରୀ ଯେତିକି ସହଜ ମନେ ହୋଇଥାଏ ବାସ୍ତବରେ ଏହା ଅତ୍ୟନ୍ତ କଠିନ ହୋଇଥାଏ । ଚିୟରଲିଡ଼ିଙ୍ଗ କାମ କରିବା ଏକ ଖେଳ ପରି ହୋଇଥାଏ ।
କାରଣ ଏହି କାମ କରିବା ପାଇଁ ଆପଣଙ୍କୁ ନିଜର ଶରୀରକୁ ନମନୀୟ ରଖିବାକୁ ପଡ଼ିଥାଏ ।