ବ୍ୟୁରୋ : କେନ୍ଦ୍ରୀୟ ଡେପୁଟେସନରେ ଯିବେ ଆଇପିଏସ୍ ଡିଏସ୍ କୁଟ୍ଟେ । ବିଏସଏଫ୍ ଆଇଜି ଭାବେ ଡେପୁଟେସନରେ ଯିବେ । ୨୯ ଫେବୃଆରୀ୨୦୨୮ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଦାୟିତ୍ୱରେ ରହିବେ । ଏନେଇ କେନ୍ଦ୍ର ସରକାରଙ୍କ ତରଫରୁ ମୁଖ୍ୟ ସଚିବଙ୍କୁ ଚିଠି ଲେଖାଯାଇଛି । ସୂଚନାଯୋଗ୍ୟ ଯେ, ଏବେ ଗୃହ ବିଭାଗ ଓଏସଡି ଅଛନ୍ତି କୁଟ୍ଟେ । ତେବେ ଆଇପିଏସ୍ ଡିଏସ୍ କୁଟ୍ଟେ କେନ୍ଦ୍ରୀୟ ଡେପୁଟେସନରେ ଯିବାକୁ ନେଇ ରାଜନୈତିକ ମହଲରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଆସିବାରେ ଲାଗିଛି । କୁହାଯାଉଛି, ପୂର୍ବ ସରକାରଙ୍କ ଦବଦବା । ଏବଂ ପୂର୍ବ ସରକାରଙ୍କର ଥିବା ଗୋଷ୍ଠୀକୁ ଭାଙ୍ଗିବା ପାଇଁ ଚେଷ୍ଟା କରାଯାଉଛି ।