ଭୁବନେଶ୍ୱର: ଭୁବନେଶ୍ୱରର ନୂଆ ଡିସିପି ଭାବେ ଦାୟିତ୍ୱ ନେଲେ ଆଇପିଏସ୍ ଅଫିସର ଜଗମୋହନ ମୀନା । ବର୍ତ୍ତମାନ ଡିସିପି ପିନାକ ମିଶ୍ରଙ୍କ ଠାରୁ ଦାୟିତ୍ୱ ନେଲେ ଜଗମୋହନ ମୀନା ।
ତେବେ ଦାୟିତ୍ୱ ନେବା ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜଗମୋହନ ମୀନା କହିଛନ୍ତି ଯେ, ଅପରାଧ ତଦନ୍ତ ଏବଂ ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବାକୁ ଗୁରୁତ୍ୱ ଦିଆଯିବ । ସାଧାରଣ ଲୋକଙ୍କ ପ୍ରତି ଯତ୍ନବାନ ହେବୁ । ଚାରିଆଡେ ସିସିଟିଭି ସର୍ଭେଲାନ୍ସ ବଢାଯିବ । ଆଗକୁ ସାଇବର ଥାନାକୁ ମଧ୍ୟ ସୁଦୃଢ କରାଯିବ ।
ନବନିଯୁକ୍ତ କନେଷ୍ଟବଳକୁ କିପରି ବ୍ୟବହାର କରାଯିବ । ସେନେଇ ତୁରନ୍ତ ପଦକ୍ଷେପ ନିଆଯିବ । ସେହିପରି ଅପରାଧିଙ୍କୁ ଧରିବା ପାଇଁ ନୂଆ ଟେକ୍ନୋଲୋଜିର ବ୍ୟବହାର କରାଯିବ । ଗତ କିଛି ହେବ ଆପାର୍ଟେମେଣ୍ଟମାନଙ୍କରୁ ଲୁଟ୍ ହୋଇଥିଲା । ଏହାକୁ ରୋକିବାକୁ ନୂଆ ଟିମ୍ ଗଠନ ହେବ । ସହରରେ ଟ୍ରାଫିକ ସମସ୍ୟା କିପରି ଦୂର ହେବ, ସେଥିପାଇଁ ସ୍ପେଶାଲ ରଣନୀତି କରାଯିବ ।