ଆଇପିଏସ୍ ରବି ସିହ୍ନା ହେବେ ଜଇଡ ର ନୂତନ ମୁଖ୍ୟ, କ୍ୟାବିନେଟ୍ କମିଟିର ଅନୁମୋଦନ

0

ନୂଆଦିଲ୍ଲୀ : ବରିଷ୍ଠ ଭାରତୀୟ ପୋଲିସ ସେବା (ଆଇପିଏସ୍) ଅଧିକାରୀ ରବି ସିହ୍ନା ସୋମବାର ଭାରତର ଗୁପ୍ତଚର ଏଜେନ୍ସି ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗର ନୂତନ ମୁଖ୍ୟ ଭାବରେ ନିଯୁକ୍ତ ହୋଇଛନ୍ତି। ରବି ସିହ୍ନା ଛତିଶଗଡ କ୍ୟାଡରର ୧୯୮୮ ବ୍ୟାଚ୍ ଆଇପିଏସ୍ ଅଧିକାରୀ। ସିହ୍ନାଙ୍କୁ ଦୁଇ ବର୍ଷ ପାଇଁ ର’ ର ସଚିବ ଭାବେ ନିଯୁକ୍ତ କରିବାକୁ କ୍ୟାବିନେଟ୍ ର ନିଯୁକ୍ତି କମିଟି ଅନୁମୋଦନ କରିଛି । ସେ ବର୍ତ୍ତମାନର ଜଇଡ ମୁଖ୍ୟ ସାମନ୍ତ ଗୋୟଲଙ୍କ ସ୍ଥାନ ନେବେ । ୧୯୮୮ ବ୍ୟାଚ୍ ଆଇପିଏସ୍ ଅଧିକାରୀ ସିହ୍ନା ବର୍ତ୍ତମାନ କ୍ୟାବିନେଟ୍ ସଚିବାଳୟରେ ସ୍ୱତନ୍ତ୍ର ସଚିବ ଭାବରେ ନିଯୁକ୍ତ ହୋଇଛନ୍ତି।
ଜୁନ୍ ୩୦ ରେ ଦାୟିତ୍ୱ ଗ୍ରହଣ କରିବେ
ବର୍ତ୍ତମାନର ଜଇଡ ମୁଖ୍ୟ ସାମନ୍ତ ଗୋୟଲ ୩୦ ଜୁନ୍ ରେ ଅବସର ନେଉଛନ୍ତି । ସେହି ଦିନ ରବି ସିହ୍ନା ଭାରତର ବାହ୍ୟ ଗୁପ୍ତଚର ଏଜେନ୍ସିର ମୁଖ୍ୟ ଭାବରେ ଦାୟିତ୍ୱ ଗ୍ରହଣ କରିବେ। ସିହ୍ନାଙ୍କ କାର୍ୟ୍ୟକାଳ ୨ ବର୍ଷ ହେବ । ତେବେ ରବି ସିହ୍ନାଙ୍କୁ ସୋମବାର ଦିନ ଭାରତର ଜଇଡ ର ନୂତନ ମୁଖ୍ୟ ଭାବରେ ନିଯୁକ୍ତି କରାଯାଇଛି ବୋଲି ମନ୍ତ୍ରଣାଳୟର ନିର୍ଦ୍ଦେଶରେ କୁହାଯାଇଛି ।