(ଜ୍ୟୋତି ରଞ୍ଜନ ଧର) କଣିହାଁ: ନିର୍ଦ୍ଧିଷ୍ଟ ଲକ୍ଷ୍ୟ ରଖି କଠିନ ପରିଶ୍ରମ କଲେ ସଫଳତା ନିଶ୍ଚିତ ମିଳିବ । ଅନୁଗୁଳ ଜିଲ୍ଲାର ଜଣେ ଛାତ୍ରୀ ଚଳିତ ଓଡିଶା ଜୁଡିସିଆଲ ସର୍ଭିସ ପରୀକ୍ଷାରେ ଓଡିଶାରୁ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଛାତ୍ରୀ ଜଣକ ହେଲେ ସୁସୁଡା ଗ୍ରାମର ଇପସିତା ଅଭିନନ୍ଦିତା ମିଶ୍ର । ବରିଷ୍ଠ ଆଇନଜୀବୀ ଧ୍ରୁବଚରଣ ମିଶ୍ର ଓ ଅନୁଗୋଳ ସରକାରୀ ବାଳିକା ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ହିଲ୍ଲୋଳିନୀ ମିଶ୍ରଙ୍କ ଝିଅ ହେଛନ୍ତି ଇପସିତା ଅଭିନନ୍ଦିତା। ଇପସିତା ନିଜର କଠିନ ପରିଶ୍ରମ ଅଧ୍ୟବ୍ୟବସାୟ ସହିତ ପିତା,ମାତା,ଗୁରୁଜନ,ଶିକ୍ଷକ ,ଶିକ୍ଷୟିତ୍ରୀ ଓ ଅଧ୍ୟାପକ,ଅଧ୍ୟାପିକା ମାନଙ୍କ ଆର୍ଶୀବାଦ ଯୋଗୁଁ ଏହି ସଫଳତା ପାଇଛନ୍ତି ବୋଲି ଇପସିତା କହିଛନ୍ତି । ବିଶେଷକରି ଅନୁଗୋଳ ବାଳିକା ବିଦ୍ୟାଳୟର ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ତଥା ତାଙ୍କ ଜେଜେ ବାପା ସ୍ୱର୍ଗତ ନିତ୍ୟାନନ୍ଦ ମିଶ୍ରଙ୍କ ପ୍ରେରଣା ପାଇଁ ହିଁ ସେ ୨୦୧୮-୨୦୧୯ ଓଡିଶା ଟପ୍ପର ହୋଇପାରିଛନ୍ତି ବୋଲି ଇପସିତା ପ୍ରକାଶ କରିଛନ୍ତି । ଇପସିତାଙ୍କ ଏହି ସଫଳତା ଖବର ଶୁଣିଵା ପରେ ଜିଲ୍ଲା ତଥା ରାଜ୍ୟ କୋଣ ଅନୁକୋଣ ରୁ ପ୍ରଶଂସା ର ସୁଅ ଛୁଟୁଛି । କେବଳ ଅନୁଗୋଳ ଜିଲ୍ଲା ନୁହେଁ ସମଗ୍ର ଓଡିଶା ରେ ଖୁସିର ଲହରୀ ଖେଳି ଯାଇଛି । ସାମ୍ପ୍ରତିକ ସ୍ଥିତି ରେ ନା’ବାଳିକା ଦୁଷ୍କର୍ମ ରୋକିବା ଦିଗରେ ପ୍ରାଥମିକତା ଦେଇ ସମଗ୍ର ରାଜ୍ୟରେ ସୁସ୍ଥ ପରିବେଶ ସୃଷ୍ଟି କରିବା ପାଇଁ ସେ ବେଶ ଆଶାବାଦୀ ଅଟନ୍ତି ।