ମହିଳାଙ୍କ ପାଇଁ କଡ଼ା ହେଲା ଡ୍ରେସ କୋର୍ଡ ନିୟମ , ନମାନିଲରେ ୧୦ ବର୍ଷ ଜେଲ

0

ଟାଇଟ୍ ଡ୍ରେସ୍ ପିନ୍ଧିଲେ ହେବ ୧୦ ବର୍ଷ ଜେଲ୍ । ଏହାକୁ ନମାନିଲେ ୧୦ ବର୍ଷ ଜେଲ । ଏହି ନିୟମ ଆରମ୍ଭ ହେବାକୁ ଯାଉଛି । ମହିଳା ପୁରୁଷଙ୍କ ଡ୍ରେସ କୋର୍ଡକୁ ନେଇ ଇରାନରେ ନିୟମ ଶକ୍ତ ହେବାକୁ ଯାଉଛି । ମିଳିଥିବା ସୂଚନା ମୁତାବକ , ଇରାନର ସଂସଦ ମହିଳାଙ୍କ ଡ୍ରେସ କୋର୍ଡକୁ ନେଇ ଏକ ବିଲ୍ ଗୃହରେ ପାସ୍ ହୋଇଚି । ଯେଉଁଥିରେ ମହିଳାଙ୍କ ଡ୍ରେସ୍ ପିନ୍ଧିବାକୁ ନେଇ କଡା ନିୟମ ରହିଛି । ଏମିତି କି ମହିଳାଟିଏ ଯଦି ଟାଇଟ୍ ଡ୍ରେସ୍ ପିନ୍ଧିବେ, ତେବେ ସେଥିପାଇଁ ତାଙ୍କୁ ୧୦ ବର୍ଷ ଜେଲ୍ ଦଣ୍ଡ ହେଇପାରେ । ଅନ୍ୟପଟେ ମହିଳାମାନେ ମୁଣ୍ଡରେ ହିଜାବ ପିନ୍ଧିବା ମଧ୍ୟ ବାଧ୍ୟ ବୋଲି ଏହି ବିଲରେ ଉଲ୍ଲେଖ ରହିଛି । ଯଦି କେହି ବି ଏହି ନିୟମ ଭାଙ୍ଗନ୍ତି ତେବେ ତାଙ୍କୁ ନିୟମ ମୁତାବକ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ ହେଇପାରେ ।

ଇରାନର ସଂସଦ ଏହି ବିଲକୁ ପାସ୍ କରିସାରିଛି । ବର୍ତ୍ତମାନ ଏହାକୁ ଗାର୍ଡିୟନ୍ କାଉନସିଲ ପାଖକୁ ପଠାଯିବ । ଇରାନର ଏହି ଗାର୍ଡିୟାନ କାଉନସିଲ୍ ହେଉଛି, ମୌଲବୀ ଏବଂ ଆଇନ୍ ବିଶାରଦମାନଙ୍କର ଏକ କମିଟି । ଯାହାର ଅନୁମୋଦନ ପରେ ହିଁ ଏହି ବିଲଟି ଆଇନରେ ପରିଣତ ହେବ ।