ବ୍ୟୁରୋ : ସାଧାରଣତଃ ଅଣ୍ଡାକୁ ଅଧିକ ଦିନ ପର୍ଯ୍ୟନ୍ତ ତାଜା ରଖିବା ପାଇଁ ଆମେ ଏହାକୁ ଫ୍ରିଜରେ ରଖିଥାଉ । ତେବେ କ’ଣ ଆପଣ ଜାଣିଛନ୍ତି, ଫ୍ରିଜରେ ଅଣ୍ଡା ରଖିବା ଦ୍ୱାରା ଏଥିରେ ଥିବା ପ୍ରୋଟିନ୍, କ୍ୟାଲସିୟମ୍ ଓ ଓମେଗା ୩ ଫ୍ୟାଟି ଏସିଡ୍ ପରି ପୋଷକ ତତ୍ତ୍ୱ ନଷ୍ଟ ହୋଇଯାଇଥାଏ । ଅ।ସନ୍ତୁ ଜାଣିବା କିଛି ଘରକରଣା ଟିପସ୍, ଫ୍ରିଜରେ ଅଣ୍ଡା ରଖିଲେ କେଉଁସବୁ ଅସୁବିଧା ହୋଇଥାଏ ।
୧. ଅଣ୍ଡା ଫ୍ରିଜରେ ରଖିବା ଦ୍ୱାରା ସତେଜ ରହିଥାଏ ହେଲେ ଏଥିରେ ଥିବା ପୋଷକତତ୍ତ୍ୱ ଓ ସ୍ୱାଦ ନଷ୍ଟ ହୋଇଯାଇଥାଏ । କେବଳ ଏତିକି ନୁହେଁ, ଫ୍ରିଜରେ ରଖିବା ପରେ ଅଣ୍ଡା ଉପର ଅଂଶରେ ଥିବା ବ୍ୟାକ୍ଟେରିଆଙ୍କ ବୃଦ୍ଧି ଘଟିଥାଏ । ଏହି ବ୍ୟାକ୍ଟେରିଆ ଅଣ୍ଡା ଭିତରକୁ ଯିବାର ଆଶଙ୍କା ମଧ୍ୟ ରହିଥାଏ ।
୨. ଯଦି ଆପଣ ଅଣ୍ଡାକୁ ଅଧିକ ଦିନ ପର୍ଯ୍ୟନ୍ତ ରଖବାକୁ •ହୁଁଛନ୍ତି, ତେବେ ଏହାକୁ ନର୍ମାଲ୍ ରୁମ୍ ଟେମ୍ପରେଚରରେ ହିଁ ରଖନ୍ତୁ ।
୩. ଅଧିକ ଦିନ ପର୍ଯ୍ୟନ୍ତ ରଖାଯାଇଥିବା ଅଣ୍ଡାକୁ ନଖାଇବା ପାଇଁ ଚେଷ୍ଟା କରନ୍ତୁ । ଆବଶ୍ୟକ ପଡ଼ିଲେ ଅଣ୍ଡାକୁ ସଙ୍ଗେ ସଙ୍ଗେ କିଣି କରି ହିଁ ଖାଆନ୍ତୁ ।
୪. ଫ୍ରିଜରେ ରଖାଯାଇଥିବା ଅଣ୍ଡାକୁ ସଙ୍ଗେ ସଙ୍ଗେ ସିଝାଇଲେ, ଫାଟିଯିବାର ସମ୍ଭାବନା ରହିଥାଏ । ମନେରଖନ୍ତୁ, ଯଦି ଆପଣ ଫ୍ରିଜରେ ଅଣ୍ଡା ରଖୁଛନ୍ତି, ତେବେ ଏହାକୁ ବାହାର କରିବା ପରେ କିଛି ସମୟ ପାଇଁ ରୁମ୍ ଟେମ୍ପରେଚରରେ ରଖି ସିଝାନ୍ତୁ । ଦେଖିବେ ଅଣ୍ଡା ଫାଟିବ ନାହିଁ ।
୫. ସେହିପରି ଫ୍ରିଜରେ ରଖିଥିବା ଅଣ୍ଡାରେ କେକ୍ ପ୍ରସ୍ତୁତ କଲେ ଏହାର ସ୍ୱାଦ ଓ ରଙ୍ଗରେ ପରିବର୍ତ୍ତନ ଆସିଥାଏ ।