ସତ ହେଲା କି ମାଳିକା ବଚନ । କାହିଁ କେଉଁ କାଳରୁ ଅର୍ଥାତ୫୦୦ ବର୍ଷ ପୂର୍ବରୁ ବର୍ଣ୍ଣିତ ମାଳିକା ବଚନ ଏବେ ଅଙ୍ଗେ ନିଭାଉଛି ସାରା ଜଗତ । ମାଳିକାରେ କୁହାଯାଇଥିଲା ୨୦୨୩ , ୨୪ ଓ ୨୫ ରେ ପୃଥିବୀ ଉପରେ ପଡିବାକୁ ଥିବା ଦୁର୍ଭିକ୍ଷ ଗୁଡିକ ଧିରେ ଧିରେ ସତ ହେଉଛି । ଚଳିତ ବର୍ଷ ଅର୍ଥାତ ୨୦୨୩ ରେ ଋତୁ କାଳୀନ ସ୍ଥିତିରେ ଘଟିଥିବା ପରିବର୍ତ୍ତନ ଯଥା କମ୍ ବର୍ଷା ହେବା , ଭୀଷଣ ଗ୍ରୀଷ୍ମତାପଧିରେ ଧିରେ ସତ ହେଉଛି ମାଳିକା ବଚନ ପ୍ରଭାବିିତ ହେବା ଋତୁ ପରିବର୍ତ୍ତନରେ ତାଳ ମେଳ ନ ରହିବା ଏମତି ନାନା ସମସ୍ୟା ଦେଇ ସାରା ପୃଥିବୀ ଗତି କରୁଥିବା ବେଳେ , ଗତ କାଲି ମଧ୍ୟ ଆଉ ଏକ ଘଟଣା ସାମ୍ନାକୁ ଆସିଛି ।
ମୟୁରଭଞ୍ଜ ଜିଲ୍ଲାରେ ୨ ଜଣ ମାନବ ମଦ ନିଶାରେ ଥାଇ ଶବ ଦାହ ହେଉଥିବା ଜଣେ ମହିଳାଙ୍କର ଅର୍ଦ୍ଧଦଗ୍ଧ ମାଂସ କୁ ଖାଇଥିବା ଜଣା ପଡିବା ପରେ ଏବେ ମଣିଷ ସମାଜ କେତେ ତଳକୁ ଖସି ଯାଇଛି ସେନେଇ ଚିନ୍ତା ପ୍ରକଟ କରୁଛନ୍ତି ସାଧୁ ସନ୍ଥ ବା ଗୁରୁ ମାନେ । ମାଳିକା ବଚନ ଅନୁସାରେ ପ୍ରାୟ ୫୦୦୦ ବର୍ଷର ଏହି କଳିଯୁଗରେ ଅନେକ ନ ଦେଖିବା ଚିତ୍ର କୁ ଦେଖିବାକୁ ମିଳିବ ବୋଲି ପୂର୍ବାନୁମାନ କରିଥିବା ଗୁରୁ ମାନଙ୍କ କଥା ସତ ହେଉଛି । ଦୀର୍ଘ ବର୍ଷ ପୂର୍ବରୁ ମାଳିକାରେ ବର୍ଣ୍ଣନା କରାଯାଇଥିବା କଥା ,” ମଣିଷ ଭକ୍ଷଣ କରିବ ମଣିଷ ମାଂସ “ ଆଜି ସତ ହୋଇଛି ଯାହାର ସତ୍ୟତା ଗତ କାଲି ମୟୁରଭଞ୍ଜ ଜିଲ୍ଲାରେ ଘଟିଥିବା ଘଟଣାରୁ ସ୍ଫଷ୍ଟ ପ୍ରମାଣିତ ହେଉଛି । ଅନ୍ୟ ପଟେ ବିଗତ ଦିନରେ ମଧ୍ୟ ଇରାନ ଘଟଣାରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ ମାରି ତାଙ୍କର ଶରୀରକୁ ଖଣ୍ଡ ଖଣ୍ଡ କରି ସେଥିରେ ବିରିୟାନି ପ୍ରସ୍ତୁତ କରି ଖାଇଥିବା ଘଟଣା ସେ ସମୟରେ ସାମସ୍ତଙ୍କୁ ଚକିତ କରିଥିଲା । ଏହି ସବୁ ଘଟଣାକୁ ଦେଖିବା ପରେ କୁହାଯାଉଛି ଯେ ଧିରେ ଧିରେ ମାଳିକା ବର୍ଣ୍ଣିତ ବଚନ ଗୁଡିକ ସତ ପ୍ରମାଣିତ ହେଉଛି ।