ବ୍ୟୁରୋ: ବିରାଟ କୋହଲିଙ୍କ ନକଲ କଲେ ଇଶାନ କିଶାନ । ଏସିଆ କପ ଜିତିବାପରେ ଖୁସିରେ ନାଚିଉଠି ଥିଲେ ଭାରତୀୟ ଖେଳାଳି । ଚମ୍ପିଅନ ହେବା ପରେ ପଡିଆରେ ଏକାଠି ହୋଇଥିଲେ ସମସ୍ତ ଭାରତୀୟ ଖେଳାଳି । ସେହି ସମୟରେ ବିରାଟ କୋହଲିଙ୍କ ଚାଲିବା ନକଲ କରିଥିଲେ ଇଶାନ କିଶାନ । ଆଇ ତାର ମଜା ନେଉ ଥିଲେ ସାଥି ସେଳାଳୀଙ୍କ ସେମେତ ଦର୍ଶକ । ଯାହାର ଭିଡିଓ ଏବେ ବେସ ଭାଇରାଲ ହେବାରେ ଲାଗିଛି । ସେହି ଭିଡିଓରେ ବିରାଟଙ୍କ ଚାଲି ନକଲ କରି ପ୍ରଥମେ ଚାଲି ଚାଲି ଯାଉଛନ୍ତି ଇଶାନ । ପୁଣିଥରେ ମଜାଳିଆ ଢଙ୍ଗରେ ଚାଲିଚାଲି ସାଥି ଖେଳାଳିଙ୍କ ପାଖକୁ ଫେରୁଛନ୍ତି ।ପରେ ବିରାଟ ନିଜର ଚାଲି ଦେଖାଉଛନ୍ତି । ତାକୁ ଦେଖି ପୁଣିଥରେ ବିରାଟଙ୍କ ଚାଲି ଦେଖାଉଛନ୍ତି ଇଶାନ କିଶାନ । ଯାହାକୁ ଦେଖି ମଜ୍ଜା ନେଉଛନ୍ତି ସାଥିଖେଳାଳିଙ୍କ ସମେତ ଦର୍ଶକ । ଏସିଆ କପ୍ ୨୦୨୩ ବିରାଟ କୋହଲି ଏବଂ ଈଶାନ କିଶନ ଭଲ ପ୍ରଦର୍ଶନ କରିଥିଲେ । ସେଥିପାଇଁ ଈଶାନ ଫାଇନାଲ ମ୍ୟାଚରେ ଓପନିଂ କରିବାକୁ ଆସିଥିଲେ । ଶୁବମନଙ୍କ ସହିତ ଈଶାନ ଓପନିଂ କରି ୫୧ ରନ କରି ଭାରତକୁ ଫାଇନାଲରେ ଜିତାଇଥିଲେ । ତେବେ ଫାଇନାଲରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଶ୍ରୀଲଙ୍କା । ହେଲେ ସିରାଜଙ୍କ ବୋଲିଂ ଆଗରେ ସବୁ ଫିକା ପଡିଯାଇଥିଲା । ତେଣୁ ତାଙ୍କୁ ମ୍ୟାନ୍ ଅଫ ଦ ମ୍ୟାଚ୍ ଆଓ୍ଵାର୍ଡ ମିଳିଥିଲା ।