ଟେଷ୍ଟ ସିରିଜରୁ ନାଁ ଫେରାଇଲେ ଇଶାନ କିଶାନ : ବ୍ୟକ୍ତିଗତ କାରଣୁ ନିଷ୍ପତ୍ତି

0

ଭାରତୀୟ ଟିମ ଏବେ ସାଉଥ ଆଫ୍ରିକା ଦିନିକିଆ ମ୍ୟାଚ ଖେଳୁଛି । ଦିନିକିଆ ସିରିଜ ପରେ ଟେଷ୍ଟ ସିରିଜ ଟିମ ଖେଳିବ । ହେଲେ ଟେଷ୍ଟ ସିରିଜ ପୂର୍ବରୁ ଟିମରୁ ବାଦ ପଢିଛନ୍ତି ଇଶନ କିଶନ । ଏପରି ସେ ବ୍ୟକ୍ତିଗତ କାରଣ ଯୋଗୁଁ କରିଥିବା ବିସିସିଆଇ କହିଛି । ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଟିମ୍‌ ପ୍ରଥମେ ଟି-୨୦ ସିରିଜ ୧-୧ରେ ଡ୍ର ରଖିବା ପରେ ଏବେ କେଏଲ ରାହୁଲଙ୍କ ଅଧିନାୟକତ୍ୱରେ ଦିନିକିଆ ସିରିଜ ଖେଳୁଛି । ଦିନିକିଆ ସିରିଜର ପ୍ରଥମ ମ୍ୟାଚକୁ ଭାରତ ଜିତିନେଇଛି । ଆଉ ୨ଟି ଦିନିକିଆ ଖେଳିବା ପରେ ଭାରତୀୟ ଟିମ୍‌ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟେଷ୍ଟ ସିରିଜ ଖେଳିବ । ୨ଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରୁ ଷ୍ଟାର ଓ୍ଵିକେଟ କିପର ତଥା ବ୍ୟାଟର ଈଶାନ କିଶନ ଖେଳିବେ ନାହିଁ ବୋଲି କହିଛନ୍ତି ।

ଈଶାନ ଟେଷ୍ଟ ସିରିଜରୁ ନିଜ ନାମ ଫେରାଇ ନେଇଛନ୍ତି । ବିସିସିଆଇ ଏହାର ସୂଚନା ଦେଇଛି । ଆଉ ବିସିସିଆଇ ଈଶାନଙ୍କ ସ୍ଥାନ କେଏସ ଭରତଙ୍କୁ ଟିମରେ ସାମିଲ କରିଛି । ଈଶାନ ବ୍ୟକ୍ତିଗତ କାରଣ ଯୋଗୁଁ ଟେଷ୍ଟ ସିରିଜରୁ ବାଦ୍‌ ପଡିଛନ୍ତି ।

ସୂଚନାଯୋଗ୍ୟ, ଭାରତୀୟ ଟିମ୍‌ ୨୬ ଡିସେମ୍ବରରୁ ଟେଷ୍ଟ ମ୍ୟାଚ ଖେଳିବ । ପ୍ରଥମ ଟେଷ୍ଟ ମ୍ୟାଚ ସେଞ୍ଚୁରିଆନରେ ଖେଳାଯିବ, ସେହିପରି ଦ୍ୱିତୀୟ ଟେଷ୍ଟ ୩ ଜାନୁଆରୀରେ କେପଟାଉନରେ ଖେଳାଯିବ ।