ନୂଆଦିଲ୍ଲୀ: ନୁପୂର ଶର୍ମାଙ୍କ ବିବାଦୀୟ ବୟାନକୁ ନେଇ ବିଭିନ୍ନ ସ୍ଥାନରେ ଦେଖାଦେଇଥିଲା ଅସନ୍ତୋଷ । ଏବେ ଏହି ଘଟଣାରେ ଭାରତରେ ବୋମା ବିସ୍ଫୋରଣ କରିବକୁ ଧମକ ଦେଇଛି ଆଫଗାନିସ୍ତାନର ଆତଙ୍କବାଦୀ ସଂଗଠନ ଆଇଏସକେ । ପୂର୍ବରୁ ଅଲକାଏଦା ମଧ୍ୟ ଏ ନେଇ ଧମକ ଦେଇଥିଲା ।
ନୁପୂରଙ୍କ ବୟାନ ପରେ ବିଜେପି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ଦଳରୁ ନିଲମ୍ବିତ କରିଥିଲା । ତେବେ ବିରୋଧୀ ଏବଂ ମୁସଲିମ ସମର୍ଥକମାନେ ଏଥିରେ ସନ୍ତୁଷ୍ଟ ନ ହୋଇ ଦେଶରେ ଅଶାନ୍ତି ସୃଷ୍ଟି କରିଥିଲେ । କେତେକ ମୁସଲିମ ଦେଶ ମଧ୍ୟ ଏଥିନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ । ହିଂସା ନିୟନ୍ତ୍ରଣକୁ ଅସିବା ପରେ ଆତଙ୍କବାଦୀଙ୍କ ଧମକ ଭାରତ ଗୋଇନ୍ଦା ବିଭାଗକୁ ÷ଆଲର୍ଟ କରିଦେଇଛି । ସୂଚନାଯୋଗ୍ୟ, ଆଫଗାନିସ୍ତାନରେ ତାଲିବାନ ଏବଂ ଆଇଏସକେ ମଧ୍ୟରେ ଦୀର୍ଘ ଦିନ ହେବ ସଂଘର୍ଷ ଜାରୀ ରହିଛି ।