ଚେନ୍ନାଇ: ଏଣିକି ଭାରତୀୟ ମହାକାଶ ରକେଟଗୁଡିକ ସବୁଜ ବା ପ୍ରକୃତି ଅନୁକୂଳ ହେବାକୁ ଯାଉଛି । କାରଣ ଇସ୍ରୋ ତାର ରକେଟ ଓ ଉପଗ୍ରହରେ କ୍ଷତିକାର ଇନ୍ଧନକୁ ବଦଳାଇ ପରିବେଶ ଅନୁକୂଳ ଇନ୍ଧନ ବ୍ୟବହାର କରିବାକୁ ଯାଉଥିବା ଇସ୍ରୋର ମୁଖ୍ୟ କହିଛନ୍ତି । ସେ କହିଛନ୍ତି, ଇସ୍ରୋ ତାର ରକେଟରେ ପରିବେଶ ଅନୁକୂଳ ହାଇଡ୍ରୋଜେନ ପେରୋକ୍ସାଇଡକୁ ବ୍ୟବହାର କରିବା ଦିଗରେ କାର୍ଯ୍ୟ କରୁଛି, ଯାହା ଦ୍ୱାରା ଭାରତୀୟମାନେ ଗଗନାୟନ ମିଶନରେ ମହାକାଶରେ ପ୍ରବେଶ ପରିପାରିବେ ।
ଯେପର୍ଯ୍ୟନ୍ତ ମଣିଷ ରକେଟ ଭିତରେ ରହିବେ, ସେପର୍ଯ୍ୟନ୍ତ ଅଣ କ୍ଷତିକାରକ ଇନ୍ଧନ ବ୍ୟବହାର କରାଯିବ । ସେ ଆହୁରି କହିଛନ୍ତି, ଇସ୍ରେ।। ତାର ରକେଟ ଇଞ୍ଜିନ ଶକ୍ତିକୁ ହାଇଡ୍ରୋଜେନ ପେରୋକ୍ସାଇଡ ଦ୍ୱାରା ଚଳାଇବ ଯାହା ମନୋ ପ୍ରୋପେଲାଣ୍ଟ ଯେମିତି ଇଥେନ । ଇସ୍ରୋ ଆଉ ଏକ ସବୁଜ ଇନ୍ଧନ- ଏଲଓଏକ୍ସ/ମିଥେନ ଲିକୁଇଡ ଅକ୍ସିଜେନ ଯେମିତି ଅକ୍ସିଡାଇଜର ବା ମିଥେନ ଇନ୍ଧନ ସଦୃଶ । ଶିଭନ କହିଛନ୍ତି, ଏକ ମାସ ପୂର୍ବେ ଆମେ ଏଲଓଏକସ/ମିଥେନ ଇଞ୍ଜିନ ର ଟେଷ୍ଟ ହୋଇଥିଲା ଓ ସଫଳତା ମିଳିଥିଲା ।