ଇସ୍ରୋ ଭିଡିଓରେ ପୃଥିବୀ

0

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଇସ୍ରୋର ଟ୍ଵିଟର୍‌ ଆକାଉଣ୍ଟ୍‌ରେ ଏକ ଭିଡିଓ ସେୟାର୍‌ କରାଯାଇଛି। ଏହି ଭିଡିଓରେ ପୃଥିବୀକୁ ପରିଷ୍କାର ଭାବେ ଦେଖିବାକୁ ମିଳିଛି। ଏବେ ମହାକାଶରୁ ଏଲ୍‌ଆଇ ୪ କ୍ୟାମେରାରେ ପୃଥିବୀର ଚିତ୍ରକୁ କଏଦ କରିଛି ଚନ୍ଦ୍ରାୟନ-୨।
ଏହି ଭିଡିଓଟି ସହ ଇସ୍ରୋ ଟୁଇଟର ପେଜରେ ଏକ ସ୍ୱାକ୍ଷରତା ଅଭିଯାନର ପତ୍ର ମଧ୍ୟ ଦେଖିବାକୁ ମଳିଛି । ଏହି ପତ୍ରଟି ତାମିଲନାଡୁସ୍ଥିତ କନ୍ୟାକୁମାରୀର ଏକ୍ସେଲ୍‌ ଗ୍ରୁପ୍‌ ଅଫ୍‌ ସ୍କୁଲ୍‌ ଛାତ୍ରଛତ୍ରୀଙ୍କ ସ୍ୱାକ୍ଷର ଧାରଣ କରିଛି । ଚନ୍ଦ୍ରାୟନ୍‌୨ର ସଫଳ ଉତ୍‌କ୍ଷେପଣ ପରେ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ରକୁ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ସ୍ୱାକ୍ଷର ସମ୍ବଳିତ ଏକ ପତ୍ରକୁ ଇସ୍ରୋକୁ ପଠାଯାଇଥିଲା । ଇସ୍ରୋ ତା’ର ଟୁଇଟର ପେଜ୍‌ରେ ଏହାକୁ ସେୟାର୍‌ କରି ଧନ୍ୟବାଦ ଜ୍ଞାପନ କରିବା ସହ ସମର୍ଥନ, ଶୁଭେଚ୍ଛ ଓ ପ୍ରାର୍ଥନା ପାଇଁ ଧନ୍ୟବାଦ ଜଣାଇଛି ।