ଆସନ୍ତା ବର୍ଷ ମହାକାଶକୁ ଇସ୍ରୋ ଲଞ୍ଚ କରିବ BIKINI

0

ନୂଆଦିଲ୍ଲୀ : ଆସନ୍ତା ବର୍ଷ ମହାକାଶକୁ ଇସ୍ରୋ ଲଞ୍ଚ କରିବ BIKINI | ଏହା ୟୁରୋପୀୟ ସ୍ପେଶକ୍ରାଫ୍ଟ । ହାକୁ ଇସ୍ରୋର ପିଏସଏଲଭି ରକେଟ୍ ଦ୍ୱାରା ଉଦକ୍ଷେପଣ କରାଯିବ । ଏହାର ନାମ ରହିଛି ବିକିନି । ପିଏସଏଲଭି ରକେଟ୍ ଏହି ସ୍ପେଶକ୍ରାଫ୍ଟକୁ ପୃଥିବୀଠାରୁ ୫୦୦ କିଲୋମିଟର ଉଚ୍ଚତାକୁ ନେଇଯିବ । ସେଠାରୁ ଏହା ପୁଣି ପୃଥିବୀ ଆଡକୁ ଫେରିବ । ଫେରିବା ବାଟରେ ଏହା ବାୟୁମଣ୍ଡଳର ଯାଞ୍ଚ କରିବ ଏବଂ ବାୟୁମଣ୍ଡଳକୁ ଅତିକ୍ରମ କରି ଶେଷରେ ସମୁଦ୍ରରେ ପଡିବ । ବିକିନିର ଓଜନ ମାତ୍ର ୪୦ କେଜି । ମହାକାଶରେ ଡେଲିଭରୀ ପହଞ୍ଚାଇବ ଏହାର ଉଦ୍ଦେଶ୍ୟ । ଏହା ୟୁରୋପୀୟ ଷ୍ଟାର୍ଟଅପ୍ ‘ଦ ଏକ୍ସପ୍ଲୋରେସନ୍ କମ୍ପାନୀ’ର ଏକ ରିଏଣ୍ଟ୍ରି ହ୍ୱିକିଲ ।