ବେଙ୍ଗାଲୁରୁ : ଭାରତ ଉପରେ ପୁରା ବିଶ୍ୱର ନଜର । ଇତିହାସ ରଚିବ ଇସ୍ରୋ । ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡ କରିବ ଚନ୍ଦ୍ରଯାନ-୩ । ଆସନ୍ତାକାଲି ସନ୍ଧ୍ୟା ୬ଟା ୪ ମିନିଟରେ ଲ୍ୟାଣ୍ଡିଂ କରାଯିବ । ଲ୍ୟାଣ୍ଡିଂର ୨ ଘଣ୍ଟା ପୂର୍ବରୁ ଚନ୍ଦ୍ରର ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରାଯିବ । ଯଦି ସବୁକିଛି ଠିକ ନଥାଏ ତେବେ ବିକଳ୍ପ ବ୍ୟବସ୍ଥା ଆପଣାଇବ ଇସ୍ରୋ । ଲ୍ୟାଣ୍ଡିଂ ପ୍ରକ୍ରିୟା ଆରମ୍ଭ ହେବାର ପ୍ରାୟ ୨୦ ମିନିଟ ପରେ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ପହଞ୍ଚିବ । ଏହି ୨୦ ମିନିଟ ଚନ୍ଦ୍ରଯାନର ସଫଳତା ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ । ଲ୍ୟାଣ୍ଡିଂ ପରେ ବୈଜ୍ଞାନିକଙ୍କ କମାଣ୍ଡ ଆଧାରରେ ଚନ୍ଦ୍ରପୃଷ୍ଠରେ ଗବେଷଣା ଆରମ୍ଭ କରିବ ରୋଭର ପ୍ରଜ୍ଞାନ। ଚନ୍ଦ୍ରପୃଷ୍ଠରେ ଭାରତ ଅଶୋକ ଚକ୍ର ଓ ଇସ୍ରୋର ଲୋଗୋ ଛାପ ଛାଡ଼ିବ । କୌଣସି ସମସ୍ୟା ସୃଷ୍ଟି ହେଲେ ବିକଳ୍ପ ପନ୍ଥା ଅପଣାଇବ ଇସ୍ରୋ । କକ୍ଷପଥରେ ବୁଲୁଥିବା ସମୟରେ ଚନ୍ଦ୍ରଯାନର ସବୁ ଯନ୍ତ୍ରପାତିକୁ ପରୀକ୍ଷଣ କରାଯିବ । କୌଣସି ସମସ୍ୟା ଥିଲେ ୨୭ ତାରିଖରେ ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡିଂ କରାଇବାକୁ ଯୋଜନା ରଖାଯାଇଛି । ଏନେଇ ଅହମ୍ମଦାବାଦ ସ୍ପେଶ୍ ଆପ୍ଲିକେସନ ସେଣ୍ଟର ନିର୍ଦ୍ଦେଶକ ନିଲେଶ ଦେଶାଇ ସୂଚନା ଦେଇଛନ୍ତି ।