ବିଷମ କଟକ ନାଗରିକ ମଞ୍ଚ ଦ୍ୱାରା ଷ୍ଟେସନ ମାଷ୍ଟ୍ରଙ୍କ ଦ୍ୱାରା ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଦାବି ପତ୍ର ପ୍ରଦାନ
ବିଷମକଟକ/ରବିନ୍ଦ୍ର କୁମାର ସାହୁ: ରାୟଗଡା ଜିଲ୍ଲା ବିଷମ କଟକ ନାଗରିକ ମଞ୍ଚ ଦ୍ୱାରା ଆଜି ବିଷମକଟକ ଷ୍ଟେସନ ମାଷ୍ଟ୍ରଙ୍କ ଜରିଆରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଦାବିପତ୍ର ରେ ବିଷମ କଟକ ରେଳ ଷ୍ଟେସନରେ ଜଗଦଳପୁର ଇଣ୍ଟରସିଟି ଏକ୍ସପ୍ରେସ ,ବିଶାଖାପାଟଣା କୋରବା ,ସମ୍ବଲପୁରୀ ଏକ୍ସପ୍ରେସ , ବିଶାଖାପାଟଣା ରୁ ରାୟପୁର ଓ ଭୁବେନେଶ୍ୱରରୁ ସମ୍ବଲପୁର ଯାଉଥିବା ବନ୍ଦେ ଭାରତ ରେଳ ରହଣି ସହ ଗୁଣପୁର ଠାରୁ ଥେରୁବାଲିକୁ ସଂଯୋଗ କରୁଥିବା ନୃତନ ରେଳପଥକୁ ପଦ୍ମପୁର ,ଗୁଡାରି ,ରାମନାଗୁଡ଼ା ଦେଇ ବିଷମକଟକକୁ ସଂଯାଗ କରାଯିବା ପାଇଁ ଦାବି ପତ୍ରରେରେ ଉଲ୍ଲେଖ ରହିଛି ।
ରାୟଗଡା ଜିଲ୍ଲା ବିଷମ କଟକ ଏକ ବ୍ୟବସାୟିକ ପେଣ୍ଠସ୍ତଳୀ ରହିଥବା ବେଳେ ସ୍ଥାନୀୟ କ୍ଷେତ୍ର ଆଦିବାସୀ ବହୁଳ ଅଞ୍ଚଳରେ ହୋଇଥିବା ବେଳେ ସେମାନଙ୍କ ଜୀବନ ଜୀବିକାରେ ଏହା ଏକ ମୁଖ୍ୟ ଭୂମିକା ଗ୍ରହଣ କରିବା ସହ ସେମାନଙ୍କ ଆର୍ଥିକ ଓ ଜୀବନ ଶୈଳୀରେ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ନେବ ଓ ପଦ୍ମପୁର ,ଗୁଡାରି ,ରାମନାଗୁଡ଼ା ବିକାଶ ଦିଗରେ ଏହା ଏକ ମୁଖ୍ୟ ଭୂମିକା ଗ୍ରହଣ କରିବ ବୋଲି ବିଷମ କଟକ ନାଗରିକ ମଞ୍ଚ ସଭାପତି ଗୋପାଳ କୃଷ୍ଣ ପଟ୍ଟନାୟକ କହିଛନ୍ତି । ଏହି ଦାବିପତ୍ର ପ୍ରଦାନ ସମୟରେ ବିଷମ କଟକ ବ୍ଲକ ଉପାଦକ୍ଷ ଦେବୀ ପ୍ରସାଦ ପଟ୍ଟନାୟକ ,ଡ଼ି .ଶିବ ପ୍ରସାଦ ,ମହେନ୍ଦ୍ର ଚୈହାନ ,ଅରବିନ୍ଦ ମହାରଣା ପ୍ରମୁଖ ସହ ବିଷମକଟକ ବ୍ୟବସାୟିକ ସଙ୍ଗର କର୍ମକର୍ତା ଓ ବହୁ ସଂଖ୍ୟାରେ ସ୍ଥାନୀୟ ଲୋକ ଉପସ୍ଥିତ ରହିଥିଲେ ।