ବୃହତ ସୂତାକଳ ପ୍ରତିଷ୍ଠା ନିମନ୍ତେ ସୁବର୍ଣ୍ଣପୁର ସର୍ବୋତ୍କୃଷ୍ଟ ସ୍ଥାନ ସୂଚାଇ ସ୍ମାରକ ପତ୍ର ପ୍ରଦାନ

0

ସୁବର୍ଣ୍ଣପୁର (ଓମ ପ୍ରକାଶ ମିଶ୍ର) : ସୁବର୍ଣ୍ଣପୁରରେ ବୟନ ଶିଳ୍ପ ପ୍ରତିଷ୍ଠା ସକାଶେ ଅମିତ ଶାହଙ୍କୁ ସ୍ମାରକ ପତ୍ର ପ୍ରଦାନଗତ ସାଧାରଣ ନିର୍ବାଚନ ସମୟରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ସୁବର୍ଣ୍ଣପୁରରୁ ଭାଜପା ନିମନ୍ତେ ତାଙ୍କର ନିର୍ବାଚନୀ ପ୍ରଚାର ଆରମ୍ଭ କରିଥିଲେ । ସାଧାରଣ ସଭାରେ ସେ ଏକ ନିର୍ଭର ପ୍ରତିଶୃତି ଦେଇଥିଲେ ଯୋ ଭାଜପା କ୍ଷମତାକୁ ଆସିଲେ ତାଙ୍କ ସରକାର ସୁବର୍ଣ୍ଣପୁର ଠାରେ ଏକ ବୃହତ ବୟନ ଶିଳ୍ପ ପ୍ରତିଷ୍ଠା କରିବେ  ।

ସମସ୍ତ ନିର୍ବାଚନୀ ଆକଳନକୁ ଅତିକ୍ରମ କରି ଭାଜପା କେନ୍ଦ୍ର ତଥା ରାଜ୍ୟରେ ସରକାର ଗଠନ କଲା । ଏବେ ପ୍ରତିଶ୍ରୃତି ପାଳନର ବେଳ ଆସିଛି । କଥା ଅଛି – “ତୋ ବାକ୍ୟ ତୁହି ରକ୍ଷାକର, ଅସତ୍ୟ ନୁହ ସୌଦାଗର ।” କୋଶଲ ସାହିତ୍ୟ ସଂସ୍କୃତି ଏକାଡେମୀ ତରଫରୁ ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ତାଙ୍କ ପ୍ରତିଶ୍ରୃତି କଥା ମନେ ପକାଇ ଦିଆଯାଇଛି ଏବଂ ପଶ୍ଚିମ ଓଡିଶା ବିଶେଷତଃ ସୁବର୍ଣ୍ଣପୁର ଅଂଚଳର ବୟନ ଶିଳ୍ପୀମାନଙ୍କ ହାତକୁ କଞ୍ଚାମାଲ ଯୋଗାଣ ନିମନ୍ତେ ୮୦ କାଉଣ୍ଟ ରୁ ୧୨୦ କାଉଣ୍ଟ ପର୍ଯ୍ୟନ୍ତ ସରୁସୂତା ଯୋଗାଇ ଦେବା ଲକ୍ଷ୍ୟ ରଖି ଏକ ବୃହତ୍ ବୟନ ଶିଳ୍ପ କାରଖାନା ପ୍ରତିଷ୍ଠା ନିମନ୍ତେ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।

ଉକ୍ତ ସ୍ମାରକ ପତ୍ରରେ ଏକ ବୃହତ ସୂତାକଳ ପ୍ରତିଷ୍ଠା ନିମନ୍ତେ ସୁବର୍ଣ୍ଣପୁର କିପରି ସର୍ବୋତ୍କୃଷ୍ଟ ସ୍ଥାନ ତାହାର ପ୍ରାସଙ୍ଗିକତା ସଂପର୍କରେ ମଧ୍ୟ ସୂଚାଇ ଦିଆଯାଇଛି । ଉକ୍ତ ସ୍ମାରକ ପତ୍ରର ଏକ କିତା ନକଲ ମାନ୍ୟବର କେନ୍ଦ୍ର ଶିଳ୍ପ ମନ୍ତ୍ରୀ, ରାଜ୍ୟ ମୁଖ୍ୟମନ୍ତ୍ରୀ , ଶିଳ୍ପ ମନ୍ତ୍ରୀ ଓ ଶିଳ୍ପ ସଚୀବଙ୍କୁ ଅବଗତି ତଥା କାର୍ଯ୍ୟାନୁଷ୍ଠାନ ସକାଶେ ପ୍ରଦାନ କରାଯାଇଛି ବୋଲି ଏକାଡେମୀର ସାଧାରଣ ସଂପାଦକ ଗୋରେଖନାଥ ସାହୁ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।