ଗଜପତି/ ବିବେକାନନ୍ଦ ବେହେରା : ୫ ଦଫା ଦାବି ନେଇ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ । ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଓଡ଼ିଶା ରାଜ୍ୟ ଅଣ ଗେଜେଟଡ଼ ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘର ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲା ଅଣ ଗେଜେଟଡ଼ ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘର ସଭାପତି ଗୌରହରି ବେହେରାଙ୍କ ନେତୃତ୍ୱରେ ଏକ ଜରୁରୀ ବୈଠକ ହେବା ପରେ ଗଜପତି ଅଣଗେଜେଟଡ଼ ପ୍ରାଣୀ ଚିକିତ୍ସା କର୍ମଚାରୀ ବିଭିନ୍ନ ସ୍ଲୋଗାନ ଦେଇ ଜିଲ୍ଲା ପ୍ରାଣୀ ଚିକିତ୍ସାଅଧିକାରୀ ଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ପାଞ୍ଚ ଦଫା ଦାବି ନେଇ ଏକ ସମ୍ବଳିତ ଦାବିପତ୍ର ଜିଲ୍ଲା ମୁଖ୍ୟ ପ୍ରାଣୀ ସମ୍ପଦ ଅଧିକାରୀ ଗିରିଶ ମହାନ୍ତିଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି। ଦରମାରେ ଥିବା ଅସଙ୍ଗତି ଦୂରୀକରଣ , କ୍ୟାଡର ପୁନର୍ଗଠନ, ନିର୍ଯୁକ୍ତି ନିୟମ ସଂଶୋଧନ, ଦୁଇ ବର୍ଷୀୟା ଡିପ୍ଲୋମା ଓ ତାର ନାମ କରଣ,କାର୍ଯ୍ୟସାରଣୀର ସଂଶୋଧନ ଏହି ଭଳି ପାଞ୍ଚ ଦଫା ଦାବି ପତ୍ର ପ୍ରଦାନ କରିଥିଲେ।ଏହି ଦାବିପତ୍ର ପ୍ରଦାନ ସମୟରେ ରାଜ୍ୟ ଅଣ ଗେଜେଟଡ଼ ପ୍ରାଣୀ ଚିକିତ୍ସା ବୈଷୟିକ ସଙ୍ଘ ଗଜପତି ଶାଖାର ସଭାପତି ଗୌରହରି ବେହେରା ଓ ସମ୍ପାଦକ ବିଭୁତି ଭୂଷଣ ଗନ୍ତାୟତ, ସଙ୍ଘଠନର ସମ୍ପାଦକ ଏ ଶଙ୍କର ରାଓ, ଯୁଗ୍ମ ସମ୍ପାଦକ ଏସ ଏନ ପଣ୍ଡା, ଉପ ସଭାପତି ଏସ ବୀରରାଜୁଙ୍କ ସହ ବହୁ କର୍ମଚାରୀ ଉପସ୍ଥିତ ଥିଲେ।