ନୂଆଦୀଲ୍ଲୀ:ଭାରତରେ ଖୁବ୍ ଶୀଘ୍ର ଆସିବାକୁ ଯାଉଛି ଆଉ ଏକ କୋଭିଡ୍ ଲହର । ଲୋକଙ୍କ ମଧ୍ୟରେ ରୋଗ ପ୍ରତିଶେଧକ ଶକ୍ତି କମି ଚାଲିଥିବାରୁ ଏପରି ଆଶଙ୍କା କରାଯାଉଛି । ତେଣୁ ଭାରତ ସରକାରଙ୍କୁ ତୁରନ୍ତ ଟିକା କରଣ କରିବା ପାଇଁ ଯୋଜନା କରିବାକୁ ପଡିବ । ଏହି ସୁଚନା ଦେଇଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା “ହୁ”ର ଦକ୍ଷିଣ ପୂର୍ବ ଏସିଆ ଆଂଚଳିକ ନିର୍ଦ୍ଦେଶକ ଡକ୍ଟର ପୁନମ କ୍ଷେତ୍ରପାଲ ସିଂ । ସେ କହିଛନ୍ତି ଗତ କିଛି ମାସ ଏକାଧିକ ଦେଶରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଇଛି । ଅନେକ ରୋଗୀ ସଂକ୍ରମିତ ହୋଇଛନ୍ତି । ହେଲେ ସେହି ତୁଳନାରେ ମେଡିକାଲ ଆଡମିସନ୍ ଓ ଆଇସିୟୁରେ ଭର୍ତି ସଂଖ୍ୟା ଦେଖା ଦେଇନି । ଲୋକଙ୍କ ମଧ୍ୟରେ ଟିକାର ପ୍ରଭାବ କମୁଥିବାରୁ ରୋଗ ପ୍ରତିଶେଧକ ଶକ୍ତି କମୁଛି । ତେଣୁ ସଂକ୍ରମଣ ଦେଖା ଦେଉଛି । ଏହା ଆଗ ଲହର ଭଳି ବିପଦଜନକ ହେବ ନାହିଁ । ହେଲେ ଆମକୁ ସତର୍କ ରହିବାକୁ ହେବ । ସେ କହିଛନ୍ତି ଯଦି କରୋନା ଲକ୍ଷଣ ଦେଖା ଦେଉଛ. ତାହେଲେ ଟେଷ୍ଟ କରାଇ ନେଇ ନିଜକୁ ପୃଥକବାସରେ ରଖନ୍ତୁ । ଏହା ସହ ଏବେ ସମୟ ଆସିଛି ପୁନଃ ଟିକାରଣ ସରକାର ଆରମ୍ଭ କରନ୍ତୁ । ସେପଟେ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ଦେଖି ୩ଟି ରାଜ୍ୟରେ କଟକଣା ଫେରଛି । ହରିୟାଣା ସରକାର ମାସ୍କ ବାଧ୍ୟତା ମୂଳକ କରିଛନ୍ତି । ସ୍କୁଲରେ ବି ଛାତ୍ରଛାତ୍ରୀ ମାସ୍କ ପିନ୍ଧିବେ । ଏହା ସହ ସର୍ବ ସାଧାରଣରେ ମାସ୍କ ବାଧତା ମୂଳକ । ସେହପରି କେରଳରେ ଗର୍ଭବତୀ ଓ ବୟସ୍କ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦିଆ ଯାଇଛି । ପୁଡୁଚେରୀରେ ବି ମାସ୍କ ପିନ୍ଧିବା ପାଇଁ ଲୋକମାନଙ୍କୁ କୁହା ଯାଇଛି ।