ବ୍ୟୁରୋ : ଅଫିସ୍ ରୁ ଆଉ ଶୀଘ୍ର ଯାଇପାରିବେନି । ଏଣିକି ଆପଣ ଅଫିସ୍ ରେ ସାଢେ ୭ ଘଣ୍ଟା ରହିବାକୁ ବାଧ୍ୟ । ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ବିଭାଗୀୟ କର୍ମଚାରୀଙ୍କୁ ଦିଆଯାଇଛି ଏଭଳି ନିର୍ଦ୍ଦେଶ।
କେବଳ ସେତିକି ନୁହେଁ , କର୍ମଚାରୀମାନେ ସେମାନଙ୍କ ଯିବା ଆସିବା ସମୟ ବାୟୋମେଟ୍ରିକରେ ସୂଚିତ କରିବେ। ଅଫିସରୁ ବାହାରିବା ସମୟ ସୂଚିତ ନ ଥିଲେ ଅନୁପସ୍ଥିତ ଧରାଯିବ। ଅଫିସରେ ୪ ଘଣ୍ଟାରୁ କମ୍ ସମୟ ରହିଲେ ଅନୁପସ୍ଥିତ ଧରାଯିବ ବୋଲି ଏହି ନିର୍ଦ୍ଦେଶନାମାରେ ସ୍ପଷ୍ଟ କରାଯାଇଛି । ୪ ଘଣ୍ଟାରୁ ଅଧିକ ହେଲେ ବି ହାଫ୍ ଡେ’ ହେବ। ସାଢ଼େ ୭ ଘଣ୍ଟାରୁ କମ୍ କାମ କଲେ ବି ହାଫ୍ ଡେ\’ ହେବ।