ହିଞ୍ଜିଳି( ରଜନୀକାନ୍ତ ପାତ୍ର)– ଶତ୍ରୁତା ହେଲା କାଳ । କିଛି ଦିନର ରାଗ ରୂପ ନେଲା ହତ୍ୟାକାଣ୍ଡ । ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ଗଞ୍ଜାମ ଜିଲ୍ଲା ପୋସରା ଥାନା ମୁକ୍ତାମାଳା ଦେଇପୁୁର ଶାସନ ଗାଁରେ । ମୃତ ଯୁବକ ଜଣକ ହେଉଛନ୍ତି ଅମିତ ଆଚାର୍ଯ୍ୟ । ସୂଚନାଅନୁଯାୟୀ, ସାମାନ୍ୟ ସାମାନ୍ୟ କଥା ରେ ଅମିତ ଓ ତାଙ୍କର ବିରୋଧି ଯୁବକ ମାନଙ୍କ ସହ ଲାଗି ରହୁଥିଲା ଝଗଡା । ଗଲା କିଛି ଦିନର ରାଗ ଭୟଙ୍କର ରୂପ ଧାରଣ ବେଳେ ଗାଁର ଅମିତ ଆଚାର୍ୟ୍ୟଙ୍କ ସହ ସେହି ଗାଁର କିଛି ଯୁବକ ସହ ରହିଥିଲା ଶତୃତା । ହେଲେ ସେହି ଝଗଡା ଗଲା ରାତିରେ ନେଇଥିଲା ଭୟଙ୍କର ରୂପ । ଆଉ ଯୋଜନାବଦ୍ଧ ଭାବେ ତିନିରୁ ଅଧିକ ଯୁବକ ମିଶି କେନାଲ ହୁଡା ନିକଟରେ ହତ୍ୟା କରି ଅମିତ ଆଚାର୍ୟ୍ୟଙ୍କୁ ବିିଲରେ ଫୋଫ।ଡି ଅଭିଯୁକ୍ତ ଫେରାର ହୋଇଛନ୍ତି । ଖବର ପାଇ ପୋଲସରା ପୋଲିସ ବୁଢାମ୍ଵ ପୋଲିସ ଓ ପୁରୁଷୋତ୍ତମପୁର ଏସଡିପିଓ ଘଟଣାସ୍ଥଳରେ ପହଁଚି ଏକ ହତ୍ୟା ମାମଲା ରୁଜୁ କରିବା ସହ ଶବକୁ ଜବତ କରି ବ୍ୟବଛେଦ ନିମନ୍ତେ ପଠାଇଛନ୍ତି । ଘଟଣା ସ୍ଥଳରୁ ମୋବାଇଲକୁ ମଧ୍ୟ ପୋଲିସ ଜବତ କରିଥିବା ବେଳେ ପୂର୍ବ ଶତୃତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ସୂଚନା ଦେଇଛି ।ତଥାପି ସମସ୍ତ ଅଭିଯୁକ୍ତଙ୍କୁ ଧରିବା ପାଇଁ କବିସୂର୍ୟ୍ୟନଗର ଓ ପୋଲସରା ପୋଲିସକୁ ନେଇ ଏକ ଟିମ ଗଠନ କରାଯାଇଛି ଏବଂ ଚଢାଉ ମଧ୍ୟ ଜାରି ରହିଥିବା ବେଳେ ତୁରନ୍ତ ହତ୍ୟାକାରୀ ମାନଙ୍କୁ ଧରାଯିବ ବୋଲି ପୁରୁଷୋତ୍ତମପୁର ଏସଡିପିଓ ସୂଚନା ଦେଇଛନ୍ତି ।