ହାତୀ ଦେଖିବା ହେଲା କାଳ:  ଚାଲିଗଲା ଯୁବକଙ୍କ ଜୀବନ

0

ଯୋଡ଼ା / ରମେଶ ଚନ୍ଦ୍ର ମହାପାତ୍ର: ହାତୀ ଦେଖିବା ହେଲା କାଳ। ଚାଲିଗଲା ଯୁବକଙ୍କ ଜୀବନ । ଏହି ଅଭାବନୀୟ ଘଟଣା ଘଟିଛି ଚମ୍ପୁଆ ରେଞ୍ଜ ଟୁଣଟୁଣା ଶାଳ ଜଙ୍ଗଲରେ ।   ସୂଚନା ଅନୁସାରେ, ଏକ ୪ ଟିକିଆ ହାତୀ ପଲ ଟୁଣଟୁଣା ଗାଁ ନିକଟ ଶାଳ ଜଙ୍ଗଲରେ ରହିଥିଲା । ତାଙ୍କୁ ଦେଖିବା ପାଇଁ  କିଛି ଲୋକ ସେଠାକୁ ଯାଇଥିଲା। ତାଙ୍କ ସାଙ୍ଗରେ   ବଡ଼ନଈ ଗାଁ ର ୨୭ ବର୍ଷିୟ ଯୁବକ କରନ୍ କାରୁଆ  ମଧ୍ୟ ହାତୀଙ୍କୁ ଦେଖିବାକୁ ଯାଇଥିଲେ ।  ତେବେ ଏହି ସମୟରେ ଜଙ୍ଗଲ ଭିତରୁ ହଠାତ୍ ଏକ ହାତୀ ଆସି ତାଙ୍କୁ ଉଠାଇ କଚାଡ଼ି ଦେଇଥିଲା। ଯାହା ଫଳରେ ସେ ଗୁରୁତର ଆହତ ହୋଇଥିଲେ । ବନ କର୍ମଚାରୀ କରନଙ୍କୁ ଉଦ୍ଧାର କରି ଚମ୍ପୁଆ ଡାକ୍ତର ଖାନାକୁ ନେଇଥିଲେ । ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।